ଏମିତି ଗାଁ; ନାଁ ଶୁଣିଲେ ଆମ୍ବୁଲାନ୍ସ ଆସିବାକୁ ମନା କରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ଏମିତି ଗାଁ; ନାଁ ଶୁଣିଲେ ଆମ୍ବୁଲାନ୍ସ ଆସିବାକୁ ମନା କରୁଛି

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲୋକମାନେ କିପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ସରକାର ପ୍ରତିବର୍ଷ ସରକାର ଆମ ଗାଁ ଆମ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଗାଁକୁ ଏବେ ବି ରାସ୍ତା ନ ଥିବା ବେଳେ କେତେକ ଗାଁକୁ ରାସ୍ତା ଥିଲେ ମଧ୍ୟ କାଦୁଅ ପଙ୍କ ଭିତରେ ପଶି ଲୋକଙ୍କୁ ଯିବାକୁ ପଡ଼ୁଛି। ଏହାର ଉଦାହରଣ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ଠାରୁ ଲଣ୍ଡନପଡ଼ାକୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଉପରେ ସାତ ଖଣ୍ଡ ଗାଁ ଲୋକେ ପ୍ରତ୍ୟହ ଯିବା ଆସିବା କରିଥାନ୍ତି।

ଏ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି। ଫଳରେ ଯାତାୟତରେ ଅନେକ ଅସୁବିଧା ଭୋଗୁଛନ୍ତି ଲୋକମାନେ। ଏହି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇ ରହିଛି। ଏହାର ମରାମତି କରାଯାଉ ନାହିଁ। ବର୍ଷା ୪ ମାସ ରାସ୍ତାର ଅବସ୍ଥା ନ କହିବା ଭଲ। ଏହି କାଦୁଅ ପଚପଚ ରାସ୍ତାରେ ମୋଟର ସାଇକେଲ ତ ଦୂରର କଥା ପାଦରେ ଚାଲି କରି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଥାଏ। ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ। ଫଳରେ ସାଧାରଣ ଜ୍ୱର ରୋଗୀଙ୍କଠାରୁ ନେଇ ଗର୍ଭବତୀ ମହିଳା ସମସ୍ତଙ୍କ ଖଟିଆରେ ବୋହିନେବାକୁ ବାଧ୍ୟ ହୁଅନ୍ତି ଲୋକେ। କେତେକ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ।

ରାସ୍ତାର ମରାମତି ନେଇ ବାରମ୍ବାର ଦାବି କରି ଆସିଛନ୍ତି ଗ୍ରାମବାସୀ। ହେଲେ ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ କିଛି ଲାଭ ହେଉ ନାହିଁ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ରାସ୍ତାଟି ଜଙ୍ଗଲ ବିଭାଗ ଅଧିନରେ ଆସୁଥିବାରୁ ରାସ୍ତାର ମରାମତି ହୋଇପାରୁନାହିଁ। ରାସ୍ତା ମରାମତି ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି ଗ୍ରାମବାସୀ।

ଏନେଇ ସ୍ଥାନୀୟ ବାସିନ୍ଦା ରୋହିତ ମଲ୍ଲିକ କହିଛନ୍ତି, “ଭଲ ରାସ୍ତାଟିଏ ନ ଥିବାରୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ପିଲାମାନେ ସ୍କୁଲ ଯିବାଆସିବା କରିବାରେ ଅସୁବିଧା ହେଉଛି। ଦରକାର ବେଳେ ଆମ୍ବୁଲାନ୍ସକୁ ଫୋନ୍ କଲେ, ଗାଁର ନାଁ ଶୁଣିକରି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଉଛି। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମେ ଗ୍ରାମବାସୀ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏ ନେଇ କଣ୍ଟାମାଳ ବ୍ଲକ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କହଁରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ କହିଛନ୍ତି, “ମୁଁ ଲଣ୍ଡନପଡ଼ା ଯାଇ ରାସ୍ତାର ନିରୀକ୍ଷଣ କରିବୁ। ଜଙ୍ଗଲ ବିଭାଗ ସହ କଥା ହୋଇ ରାସ୍ତା ମରାମତି କରିବୁ।”



from Odisha Reporter https://ift.tt/2LQ2Gy2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages