ବିସ୍ମୟଙ୍କ ଉପରେ ମାଡ଼ିଗଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ବିସ୍ମୟଙ୍କ ଉପରେ ମାଡ଼ିଗଲା ବସ୍‌

ବାଙ୍କୀ (ସଞ୍ଜିବ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ବିସ୍ମୟ କୁମାର ନନ୍ଦ। ତାଙ୍କ ଘର ଆଠଗଡ଼ର ଅଶୋକ ନଗରରେ। ଆହତଙ୍କ ନାଁ ରୂପେଶ ପ୍ରଧାନ। ତାଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ‘ଚକାଡ଼ୋଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଆଜି ସକାଳେ ଭୁବନେଶ୍ୱରରୁ ଅନୁଗୋଳ ଯାଉଥିଲା। ହେଲେ ଅଂଶୁପା ହ୍ରଦ ନିକଟରେ ଥିବା ବୁଲାଣିରେ ସାମ୍ନାରୁ ବାଇକ୍‌ରେ ଆସୁଥିବା ବିସ୍ମୟ ଓ ରୂପେଶଙ୍କ ସହିତ ବସ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ତଳେ ପଡ଼ି ଯାଇଥିବା ବିସ୍ମୟଙ୍କ ଉପରେ ବସ୍‌ର ପଛ ଚକା ଚଢ଼ି ଯାଇଥିଲା।

ସରଣ୍ଡା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନାକୁ ପଠାଇଥିଲା। ଏଥିସହ ଗୁରୁତର ଆହତ ହୋଇଥିବା ରୂପେଶଙ୍କୁ ମଧ୍ୟ ଡାକ୍ତରଖାନା ପଠାଇଥିଲା। ପୁଲିସ୍‌ ବସ୍‌ଟିକୁ ଜବତ କରି ତଦନ୍ତ ଜାରି ରଖିଛି।



from Odisha Reporter https://ift.tt/2ZFfYGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages