ମସ୍ତିଷ୍କରେ ‘ସାଇଲେଣ୍ଟ୍‌ ଷ୍ଟ୍ରୋକ୍‌’: ଜଣାପଡ଼େନି ଲକ୍ଷଣ, ଡାକିଆଣେ ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ମସ୍ତିଷ୍କରେ ‘ସାଇଲେଣ୍ଟ୍‌ ଷ୍ଟ୍ରୋକ୍‌’: ଜଣାପଡ଼େନି ଲକ୍ଷଣ, ଡାକିଆଣେ ବିପଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମସ୍ତିଷ୍କ କିମ୍ୱା ହାର୍ଟରେ ଷ୍ଟ୍ରୋକ୍‌ ହେବା ପରେ ଆମେ ତୁରନ୍ତ ଏହାର ଚିକିତ୍ସା କରେଇ ନେଇଥାଉ। କିନ୍ତୁ ଅନେକ ସମୟରେ ମସ୍ତିଷ୍କରେ ‘ସାଇଲେଣ୍ଟ ଷ୍ଟ୍ରୋକ୍‌’ ହୋଇଥାଏ। ଏହି ଷ୍ଟ୍ରୋକ୍‌ ହେଲେ ବିଶେଷ ଲକ୍ଷଣ ଜଣାପଡ଼ୁ ନ ଥିବାରୁ ସାଧାରଣତଃ କେହି ଜାଣିପାରିନଥାନ୍ତି। ମସ୍ତିଷ୍କର ଟେଷ୍ଟ କରିବା ପରେ ‘ସାଇଲେଣ୍ଟ ଷ୍ଟ୍ରୋକ୍‌’ ହୋଇଛି ବୋଲି ଡାକ୍ତର ଜାଣିବାକୁ ପାଇଥାନ୍ତି।

‘ସାଇଲେଣ୍ଟ୍‌ ଷ୍ଟ୍ରୋକ୍‌’ ମସ୍ତିଷ୍କର ଛୋଟ ଭାଗ ଉପରେ ପ୍ରଥମେ ପ୍ରଭାବ ପକାଇଥାଏ। ଏଥିପାଇଁ ମସ୍ତିଷ୍କର ସେଲ୍‌ କାମ କରିବା ବନ୍ଦ କରି ଦେଇଥାଏ। କିନ୍ତୁ ଏପରି ଷ୍ଟ୍ରୋକ୍‌ ଶରୀର ପାଇଁ କ୍ଷତିକାରକ ନୁହେଁ। ଏହା କେବଳ ଆପଣଙ୍କ ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଠିକ୍‌ ସମୟରେ ‘ସାଇଲେଣ୍ଟ ଷ୍ଟ୍ରୋକ୍‌’ ର ଚିକିତ୍ସା କରାଇ ନ ନେଲେ ଭବିଷ୍ୟତରେ ବଡ଼ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ମଧ୍ୟ ରହିଛି।

 

ସାଇଲେଣ୍ଟ ଷ୍ଟ୍ରୋକ୍‌ ହେବାର କାରଣ କ’ଣ ଜାଣନ୍ତୁ…
ବ୍ଲଡ୍‌ କ୍ଲଟ୍
ଉଚ୍ଚ ରକ୍ତଚାପ
କୋଲେଷ୍ଟ୍ରଲ ସ୍ତର ବଢ଼ିବା
ଡାଇବେଟିସ୍
ଡ୍ରଗ୍ସର ଅତ୍ୟଧିକ ବ୍ୟବହାର
ମୁଣ୍ଡରେ ଆଘାତ ଲାଗିବା

ସାଇଲେଣ୍ଟ ଷ୍ଟ୍ରୋକ୍‌ର ଲକ୍ଷଣ

ସାଇଲେଣ୍ଟ୍‌ ଷ୍ଟ୍ରୋକ୍‌ ହେଲେ ସିଟି ସ୍କାନ୍ ଓ ଏମ୍‌ଆରଆଇ କରିବା ପରେ ମସ୍ତିଷ୍କରେ ‘ହ୍ୱାଇଟ୍‌ ସ୍ପଟ୍‌’ ଥିବା ଦେଖିବାକୁ ମିଳିଥାଏ। ଯାହା ନିଷ୍କ୍ରିୟ ହୋଇ ପଡ଼ିଥିବା ସେଲ୍‌କୁ ଦେଖାଇଥାଏ। ଏହାପରେ ବ୍ୟକ୍ତିକୁ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ହୋଇଛି ବୋଲି ଡାକ୍ତର ଜାଣିପାରିଥାନ୍ତି।

ଏହା ବ୍ୟତୀତ କିଛି ଅନ୍ୟ ଲକ୍ଷଣ ମଧ୍ୟ ରହିଛି। ଯେପରିକି :
ବାରମ୍ୱାର ପଡ଼ିଯିବା
ୟୁରିନ୍‌ ଲିକ୍‌ ହେବା
ଶରୀର ଉପରେ ନିଜ ନିୟନ୍ତ୍ରଣ ନ ରହିବା।

ବାରମ୍ୱାର ମୁଡ୍‌ ଚେଞ୍ଜ୍‌ ହେବା
ଚିନ୍ତା ଶକ୍ତି ଉପରେ ପ୍ରଭାବ ପଡ଼ିବା

ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ
୧. ପ୍ରତିଦିନି ବ୍ୟାୟାମ କରନ୍ତୁ। ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ‘ସାଇଲେଣ୍ଟ ଷ୍ଟ୍ରୋକ୍‌’ର ଆଶଙ୍କା ୪୦ ପ୍ରତିଶତ କମ୍ ଥାଏ।

୨. ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

୩. ଫାଷ୍ଟ ଫୁଡ୍‌ ଓ ଅଧିକ  ତେଲମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

୪. ସବୁଜ ପନିପରିବା ଅଧିକ ଏବଂ ଆମିଷ କମ୍‌ ଖାଆନ୍ତୁ।

୫. ସୁଗାରକୁ ନିୟନ୍ତ୍ରଣରେ ରଖନ୍ତୁ। ଅଧିକ ମିଠା ଖାଆନ୍ତୁ ନାହିଁ।



from Odisha Reporter https://ift.tt/2LG7Pc1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages