ନ୍ୟୁୟର୍କ: ଭାରତରେ ପୁଞ୍ଜି ନିବେଶ କରିବାକୁ ବିଶ୍ୱର ପ୍ରମୁଖ ଉଦ୍ୟୋଗପତିଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମବର୍ଗ ଗ୍ଲୋବାଲ ବିଜନେସ୍ ଫୋରମ୍ରେ ମୋଦି କହିଛନ୍ତି, ଭାରତରେ ଏବେ ପୁଞ୍ଜି ବିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମ ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ-ଆମ ଦକ୍ଷତାର ସମନ୍ୱୟରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହେବ ।
ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ। କିଛି ଅସୁବିଧା ହେଲେ, ମୁଁ ନିଜେ ଏହାର ସମାଧାନ କରିବେ ବୋଲି ଆମେରିକାର ଉଦ୍ୟୋଗପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପୁଞ୍ଜି ବିନିଯୋଗକାରୀଙ୍କ ସୁବିଧା ପାଇଁ କର୍ପୋରେଟ ଟ୍ୟାକ୍ସ କମ୍ କରିବା, କେତେକ ଅଦରକାରୀ ନିୟମକୁ ଉଚ୍ଛେଦ କରିବା ପରି ପଦକ୍ଷେପର ସୂଚନା ମଧ୍ୟ ଦେଇଥିଲେ ମୋଦି । ନ୍ୟୁୟର୍କରେ ମଧ୍ୟ ସେ ବିଭିନ୍ନ କମ୍ପାନିର ସିଇଓଙ୍କୁ ଭେଟିଛନ୍ତି।
from Odisha Reporter https://ift.tt/2lPWvBf
No comments:
Post a Comment