ଭୁବନେଶ୍ୱର: ବ୍ଲାକ୍ ସଲ୍ଟ ବା କଳା ଲୁଣ ଶରୀର ପାଇଁ ଭାରି ଉପଯୋଗୀ। ସବୁଦିନେ ସକାଳେ ଗୋଟିଏ ଗ୍ଲାସ୍ ପାଣିରେ କିଛି ବ୍ଲାକ୍ ସଲ୍ଟ ମିଶାଇ ପିଇଲେ ବହୁତ ଲାଭ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହା ଆମ ଶରୀରକୁ କ’ଣ ସବୁ ଫାଇଦା ଦେଇଥାଏ।
- ବ୍ଲଡ୍ ସୁଗାର୍ ବା ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରେ।
- ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରେ।
- ଅନେକ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରି ପାଚନ ତନ୍ତ୍ରକୁ ଠିକ୍ ରଖେ। କୋର୍ଟିସୋଲ୍ ଓ ଏଡ୍ରନ୍ଲାଇନ୍ ଭଳି ଦୁଇ କ୍ଷତିକାରକ ହର୍ମୋନ୍ର କ୍ଷରଣକୁ ଏହା ହ୍ରାସ କରାଏ।
- ମୋଟାପଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
- ମାଂସପେଶୀ ଅବା ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ, କଳା ଲୁଣକୁ ଗରମ କରି ଏକ କପଡ଼ାରେ ବାନ୍ଧି ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖିଲେ ଉପଶମ ମିଳେ।
- ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦେଇଥାଏ। ଗ୍ୟାସ୍ ହୋଇଥିଲେ ଏକ କପର୍ ବାସନରେ କଳା ଲୁଣକୁ ହାଲ୍କା ଗରମ କରନ୍ତୁ ଓ ତା’ର ରଙ୍ଗ ବଦଳି ଗଲେ ତାକୁ ଚୁଲିରୁ କାଢ଼ି ଆଣନ୍ତୁ। ସେହି କଳା ଲୁଣରୁ ଅଧ ଚାମଚେ ଏକ ଗ୍ଲାସ୍ ପାଣିରେ ମିଶାଇ ପିଅନ୍ତୁ। ଆପଣଙ୍କୁ ନିଶ୍ଚୟ ଆରାମ ମିଳିବ।
- ଶିଶୁ ମାନଙ୍କ ପାଇଁ କଳା ଲୁଣ ଭଲ। ସେମାନଙ୍କ ଖାଇବାରେ ପ୍ରତିଦିନ ଟିକେ କଳାଲୁଣ ମିଶାନ୍ତୁ । ଏହା ଦ୍ୱାରା ସେମାନଙ୍କ ପେଟ ଠିକ୍ ରହିବ। ତା’ସହିତ କଫ ସମସ୍ୟା ଥିଲେ, ତାହା ବି ଦୂର ହୋଇଯିବ।
from Odisha Reporter https://ift.tt/2liGBiE
No comments:
Post a Comment