ଅରିଫ ମହମ୍ମଦ ଖାଁ କେରଳ ରାଜ୍ୟପାଳ ନିଯୁକ୍ତ, ବଦଳିଲେ ୩ ରାଜ୍ୟର ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ଅରିଫ ମହମ୍ମଦ ଖାଁ କେରଳ ରାଜ୍ୟପାଳ ନିଯୁକ୍ତ, ବଦଳିଲେ ୩ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ କଲ୍ୟାଣ ସିଂହଙ୍କ ସ୍ଥାନରେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।

ସେହିପରି କାଲରାଜ ମିଶ୍ରଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କାଲରଜ ମିଶ୍ରଙ୍କ ନୂଆ ନିଯୁକ୍ତିକୁ ସ୍ୱାଗତ ଜଣାଇବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ତାମିଲନାଡୁ ବିଜେପି ସଭାପତି ଡକ୍ଟର ତାମିଲିସାଇ ସୁନ୍ଦରରାଜନ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଏବେ ଇଏସଏଲ ନରସିଂହନ ତେଲେଙ୍ଗାନାର ରାଜ୍ୟପାଳ ରହିଛନ୍ତି।

ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ ସ୍ଥାନରେ ଭଗତ ସିଂହ କୋଶିୟାରିଙ୍କୁ ନିଯୁକ୍ତ କରାଯାଇଛି।

କେରଳର ରାଜ୍ୟପାଳ ପି. ସଦାଶିବମ୍‌ଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରିଫ ମହମ୍ମଦ ଖାଁଙ୍କୁ ନିଯୁକ୍ତ କରାଯାଇଛି। ରାଜୀବ ଗାନ୍ଧି ସରକାରରେ ମନ୍ତ୍ରୀ ଥିବା ବେଳେ ଅରିଫ୍ ‘ଶାହ ବାନୋ’ ପ୍ରସଙ୍ଗରେ ଦଳ ଛାଡ଼ିଥିଲେ। ତିନି ତଲାକ୍ ତର୍କ ବେଳେ ବିଜେପି ଅରିଫଙ୍କ ଅନେକ କଥା ଉଦ୍ଧୃତ କରିଥିଲା। ନିକଟରେ କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଅରିଫ୍ ସମର୍ଥନ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିବାରୁ ସେ ବହୁତ୍ ଖୁସି, ଭାରତରେ ଜନ୍ମ ଗ୍ରହଣ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ଅରିଫ୍ ମହମ୍ମଦ ଖାଁ।



from Odisha Reporter https://ift.tt/30QRyaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages