ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଦିନ ମଜୁରିଆ ଓଡ଼ିଆ ପୁଅ ଜିତେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଦିନ ମଜୁରିଆ ଓଡ଼ିଆ ପୁଅ ଜିତେନ୍ଦ୍ର

ନୂଆଦିଲ୍ଲୀ: ଗାଁ’ର ଝାଟିମାଟି ଘରୁ ଚାକଚକ୍ୟ ଭରା ଦିଲ୍ଲୀ ସହର। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରୁ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ। ଶ୍ରମିକରୁ ଛାତ୍ର। ପାଠପଢ଼ାରୁ ପୋଡିୟମ୍‌। ଦଳିତମାନଙ୍କ ସ୍ୱର ହେବାକୁ ଚାହୁଁଥିବା ଏହି ଯୁବକଙ୍କ ପାଇଁ ଗୋଟିଏ ନାରା ‘ଜିତିବ ଜିତେନ୍ଦ୍ର’। ଏଠି ଆଲୋଚନା ହେଉଛି ଓଡ଼ିଶାର ଜିତେନ୍ଦ୍ର ସୁନା (୨୯)ଙ୍କ ବିଷୟରେ। ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେପ୍ଟେମ୍ବର ୬ ତାରିଖରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ନିର୍ବାଚନ ହେବ। ଏଥର ଛାତ୍ର ସଂସଦ ସଭାପତି ପଦ ପାଇଁ ୬ଟି ଭିନ୍ନ ଭିନ୍ନ ସଂଗଠନରୁ ୬ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜିତେନ୍ଦ୍ର ସୁନା ବିର୍ସା ଆମ୍ବେଦ୍‌କର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏସନ (ବାପସା)ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଦିଲ୍ଲୀରେ ପହଞ୍ଚି ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ହେବା ପଛରେ ଜିତେନ୍ଦ୍ରଙ୍କର ଏକ ସଂଘର୍ଷପୂର୍ଣ୍ଣ କାହାଣୀ ରହିଛି। କ’ଣ ସେ କାହାଣୀ ଆସନ୍ତୁ ଜାଣିବା।

କଳାହାଣ୍ଡି ଜିଲ୍ଲାର ପୁରକେଲା ଗାଁରେ ଜନ୍ମଗ୍ରହଣ କରିଛନ୍ତି ଜିତେନ୍ଦ୍ର ସୁନା। ମାଆ ପରିବା ବିକ୍ରି କରୁଥିଲେ। ବାପା ଜଣେ ଚାଷୀ ଶ୍ରମିକ। ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ଜିତେନ୍ଦ୍ରଙ୍କ ମାଆ ଚାଲିଗଲେ। ତା’ପରେ ପରିବାର ଚଳାଇବା ପାଇଁ ଜିତେନ୍ଦ୍ର ଶ୍ରମିକ ପାଲଟିଗଲେ। ପେଟ ପୋଷିବା ପାଇଁ ସେ ଚାଷ ଏବଂ ଦିନମଜୁରିର ସାହାରା ନେଲେ। ସାହି ପଡ଼ିଶାଙ୍କ କ୍ଷେତରେ ଚାଷ କଲେ ଦିନକୁ ୩୦-୪୦ ଟଙ୍କା ମିଳିଯାଉଥିଲା। ଦିନମଜୁରିରେ ୧୦୦-୧୫୦ ଟଙ୍କା ହାତକୁ ଆସୁଥିଲା। କାମ ସହ ପୁରକେଲାରେ ଯେମିତି ସେମିତି ସେ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଲେ।

ଏହାପରେ ସେ ଦିଲ୍ଲୀ ଚାଲିଆସିଥିଲେ। ସେଠାରେ ତାଙ୍କ ଭାଇ ଜେଏନ୍‌ୟୁ ପାଖରେ ଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍‌ରେ ମଜୁରିଆ ରୂପେ କାର୍ଯ୍ୟ କରୁଥିଲେ। ଭାଇଙ୍କ ସହାୟତାରେ ଜିତେନ୍ଦ୍ରଙ୍କୁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ରେ ହେଲପର କାମ ମିଳିଥିଲା ଏବଂ ପ୍ରାୟ ୨ ବର୍ଷ ସେ ସେଠି କାମ କଲେ।

ସେଠାରେ ସେ ମାସକୁ ମାତ୍ର ୩୫୦୦ ଟଙ୍କା ପାଉଥିଲେ। ଦିଲ୍ଲୀ ପରି ଏକ ବ୍ୟୟସାପେକ୍ଷ ସହରରେ ଏତେ କମ୍‌ ଟଙ୍କାରେ ଚଳିବା ଜିତେନ୍ଦ୍ରଙ୍କ ପାଇଁ କଷ୍ଟକର ହୋଇଗଲା। ସେ ପୁଣିଥରେ ଗାଁକୁ ଫେରିଆସିଥିଲେ। ଗାଁକୁ ଫେରି ପୁଣିଥରେ ପଢ଼ିବାକୁ ନିଷ୍ପତି ନେଲେ।  ବଡ଼ କଷ୍ଟରେ ସେ ସ୍ନାତକ ଡିଗ୍ରୀ ହାସଲ କଲେ। ସେହି ସମୟରେ ଜିତେନ୍ଦ୍ରଙ୍କର ଜଣେ ବନ୍ଧୁ ତାଙ୍କୁ ନାଗପୁରର ଗୋଟେ ଶିକ୍ଷାନୁଷ୍ଠାନ ଫ୍ରି ୟୁପିଏସ୍‌ଇ କୋଚିଂ ଦେଉଥିବାର ଜଣାଇଲେ।

ତା’ପରେ ଜିତେନ୍ଦ୍ର ନାଗପୁର ବାହାରିଲେ। ସେଠାରେ ସେ ୧୦ ମାସ ପର୍ଯ୍ୟନ୍ତ ଆମ୍ବେଦକରବାଦ ଏବଂ ବୌଦ୍ଧ ଧର୍ମ ଉପରେ ଅଧିକ ଜାଣିବାକୁ ପାଇଲେ। ସେତେବେଳେ ତାଙ୍କ ମନରୁ ଜାତି ଏବଂ ଅଛୁଆଁ ଭେଦଭାବକୁ ନେଇ ଦ୍ୱନ୍ଦ୍ୱ ଦୂରହୋଇ ଯାଇଥିଲା। ଏହାପରେ ସେ ଇତିହାସ ପଢ଼ିବା ପାଇଁ ଏବଂ ଦଲିତ ମାନଙ୍କ ଇତିହାସ ଲେଖିବା ପାଇଁ ସ୍ଥିର କରିଥିଲେ।

୨୦୧୩ରେ ଜିତେନ୍ଦ୍ର ଜେଏନ୍‌ୟୁରେ ପ୍ରବେଶିକା ପରୀକ୍ଷା ଦେଲେ ଏବଂ ସେଥିରେ ଉତ୍ତୀର୍ଣ୍ଣ ହୋଇ ଏମ୍‌ଏ (ଇତିହାସ)ରେ ନାମ ଲେଖାଇଲେ। ଏହାପରେ ସେ ସେଠାରେ ଏମ୍‌ଏ ଏବଂ ଏମଫିଲ୍ ପାଠ୍ୟକ୍ରମ ଶେଷ କଲେ।

ଏମ୍‌ଏ ଓ ଏମଫିଲ୍ କରିବା ସମୟରେ ସେ ବାପସା (ବିର୍ସା ଆମ୍ବେଦ୍‌କର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏସନ) ସଂଗଠନ ସହିତ ଯୋଡ଼ି ହୋଇଯାଇଥିଲେ ଏବଂ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଏବେ ସେ ସେହି ସଂଗଠନ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେ ବର୍ତ୍ତମାନ ଜେଏନ୍‌ୟୁରେ ପିଏଚଡି କରୁଛନ୍ତି।



from Odisha Reporter https://ift.tt/32jYBc2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages