ସୁନ୍ଦରୀ ଝିଅ ବସ୍‌ରେ ଚଢ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ ଅମିତାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ସୁନ୍ଦରୀ ଝିଅ ବସ୍‌ରେ ଚଢ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ ଅମିତାଭ

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍‌ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍‌ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍‌ ବି ସେମାନଙ୍କୁ ଅପେକ୍ଷା କରୁଥିଲେ।

ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍‌ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି ବସ୍‌ ସଂସଦ ଦେଇ ଯାଉଥିଲା ଓ ମୋତେ ମୋ ୟୁନିଭରସିଟି ପାଖରେ ନେଇ ଛାଡୁଥିଲା। ସେହି ରାସ୍ତାରେ ସିପି ଓ ଆଇପି କଲେଜର ସୁନ୍ଦରୀ ଝିଅମାନେ ମିରାଣ୍ଡା ହାଉସ ଯିବା ପାଇଁ ବସ୍‌ରେ ଚଢୁଥିଲେ। ଅନେକ ବର୍ଷ ପରେ ଯେବେ ମୁଁ ୟୁନିଭରସିଟିରୁ ଗ୍ରାଜୁଏସନ୍‌ ଡିଗ୍ରୀ ନେଇ ଚାକିରି କରିବା ଆରମ୍ଭ କଲି ସେହି ସୁନ୍ଦରୀ ଝିଅମାନଙ୍କ ମଧ୍ୟରୁ ଜଣକୁ ଦେଖା କରିଥିଲି, ଯିଏ ମୋ ସହିତ ବସ୍‌ରେ ଯାତ୍ରା କରୁଥିଲେ।’

ଦେଖା ହୋଇ କଥାବାର୍ତ୍ତା ହେବା ସମୟରେ ମହିଳା ଜଣକ ଅମିତାଭଙ୍କୁ କହିଥିଲେ, ‘ବସ୍‌ରେ ଯାତ୍ରା କରିବା ସମୟରେ ସେ ବି ଅମିତାଭଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରୁଥିଲେ। ଏଥିପାଇଁ ସେ ତାଙ୍କ ବନ୍ଧୁ ପ୍ରାଣ ସହିତ ବସ୍‌ ଷ୍ଟପ୍‌ରେ ଛିଡ଼ା ମଧ୍ୟ ହେଉଥିଲେ। ଯେବେ ବସ୍‌ ଆସୁଥିଲା ତେବେ ତାଙ୍କ ମନରେ ଗୋଟିଏ ହିଁ ବିଚାର ଆସୁଥିଲା। ‘ପ୍ରାଣ (ତାଙ୍କ ବନ୍ଧୁ) ଯାଏ ପର୍‌ ବଚ୍ଚନ ନା ଜାୟେ’।

କେବିସିରେ ଏହିସବୁ କଥା କହି ଅମିତାଭ ଦର୍ଶକମାନଙ୍କୁ ହସାଇବା ସହିତ ମନୋରଞ୍ଜନ କରିଥିଲେ।



from Odisha Reporter https://ift.tt/2LJe6ni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages