ସେ ଅଜଣା ହିରୋ, ଯାହାଙ୍କ କମ୍ପାନୀ ପ୍ରସ୍ତୁତ ଉପକରଣ ପହଞ୍ଚିଥାଏ ଇସ୍ରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 11, 2019

ସେ ଅଜଣା ହିରୋ, ଯାହାଙ୍କ କମ୍ପାନୀ ପ୍ରସ୍ତୁତ ଉପକରଣ ପହଞ୍ଚିଥାଏ ଇସ୍ରୋ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଦେଶ ପାଇଁ ଉଲ୍ଲେଖନୀୟ କାମ କରିଦେଖାଇଛି। ଏଥିପାଇଁ ଇସ୍ରୋର ଯେତେ ପ୍ରଶଂସା କରାଯିବ ତାହା କମ୍‌ ପଡ଼ିବ। ଇସ୍ରୋ ମିସନ୍‌ଗୁଡିକୁ ସମ୍ଭବ କରିବା ପାଇଁ ପ୍ରତିଭାଶାଳୀ ବୈଜ୍ଞାନିକଙ୍କ ଯେତିକି ଅବଦାନ ରହିଛି କିଛି ବ୍ୟକ୍ତି ଏବଂ ସଂଗଠନଙ୍କର ମଧ୍ୟ ସେହିପରି ଅବଦାନ ରହିଛି। ଯେଉଁମାନେ ଏହି ସଂଗଠନର ବାହାରେ ରହି ଇସ୍ରୋକୁ ମହାକାଶରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି।

ଏମିତି ଏକ ପ୍ରତିଷ୍ଠାନ ହେଉଛି ମହାରାଷ୍ଟ୍ରର ବାଲଚନ୍ଦନଗର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌। ୧୯୭୩ ମସିହା ପରଠୁ ଏପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ ବିଭିନ୍ନ ଅନ୍ତରୀକ୍ଷ ଅଭିଯାନ ପାଇଁ ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଦେଇଆସୁଛି। ୨୨ ଅକ୍ଟୋବର ୨୦୦୮ରେ ଲଞ୍ଚ ହୋଇଥିବା ଚନ୍ଦ୍ରାୟଣ-୧ରୁ ଆରମ୍ଭ କରି ଚନ୍ଦ୍ରାୟଣ-୨ର ରକେଟ୍‌ ବାହୁବଳି ପାଇଁ ୱିଲ୍‌ ବା ବାଲଚନ୍ଦନଗର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ଼ ଦେଶରେ ମହତ୍ୱାକାଙ୍‌କ୍ଷୀ ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ଏକ ପ୍ରକାର ଇନ୍ଧନ ଦେବାର କାମ କରିଆସିଛି।

ଯାହା ଶୁଣିବାକୁ ମିଳୁଛି ୨୦୨୨ରେ ଭାରତ ପ୍ରଥମେ ମାନବଯୁକ୍ତ ଅନ୍ତରୀକ୍ଷ ଅଭିଯାନ ଗଗନୟାନରେ ମଧ୍ୟ ୱିଲ୍‌ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଏହି ସଂସ୍ଥା ପଛରେ ଯାହାର ହାତ ରହିଛି, ସଂସ୍ଥାର ସେହି ପ୍ରତିଷ୍ଠାତା ବାଲଚନ୍ଦ ହିରାଚନ୍ଦ ଦେଶୀଙ୍କ ବ୍ୟତୀତ ୱିଲ୍‌ର କଳ୍ପନା କରିବା କଷ୍ଟକର। ତାଙ୍କୁ ଆଧୁନିକ ଭାରତୀୟ ‘ପରିବହନର ଜନକ’ ଭାବେ ଜଣାଯାଏ।

୨୩ ନଭେମ୍ବର ୧୮୮୨ରେ ମହାରାଷ୍ଟ୍ରର ଶେଲାପୁରରେ ଏକ ଗୁଜୁରାଟୀ ଜୈନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଲଚନ୍ଦ। ୧୯୦୮ରେ ସେ ୱିଲ୍‌ର ସ୍ଥାପନା କରିଥିଲେ। ଏହି ସଂସ୍ଥାର ସ୍ଥାପନା କରିବା ପୂର୍ବରୁ ସେ ବ୍ୟାକିଂ ଏବଂ ତୁଳା ବ୍ୟାପାର କରିଥିଲେ। ଏହାପରେ ସେ ନିର୍ମାଣ ବ୍ୟବସାୟରେ ମଧ୍ୟ ଗୁତୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ମୁମ୍ବାଇ ପୁଣେ ମାର୍ଗ ପାଇଁ ରେଳ ସୁଡ଼ଙ୍ଗର ନିର୍ମାଣ କରିଥିଲେ। ଏହି ରେଳ ସୁଡ଼ଙ୍ଗରେ ପାଇପ୍‌ ବିଛାଇ ଠାଣୋ ଜିଲ୍ଲାରେ ତାନସା ହ୍ରଦରୁ ମୁମ୍ବାଇ ପର୍ଯ୍ୟନ୍ତ ପାଣି ଆସୁଥିଲା।

୧୯୧୯ରେ ପ୍ରଥମ ବିଶ୍ୱଯୁଦ୍ଧ ସରିବା ପରେ ସେ ତାଙ୍କ ସାଙ୍ଗମାନଙ୍କ ସହ ନରୋତ୍ତମ ମୋରଜି ଏବଂ କିଲାଚନ୍ଦ ଦେବଚନ୍ଦ ସହ ଗ୍ୱାଲିଅରର ସିଦ୍ଧିରୁ ଏସଏସ ଲୟଲ୍ଟି ଷ୍ଟିମର ଗୋଟେ ଜାହାଜ କିଣିଥିଲେ।

୫ ଅପ୍ରେଲ୍‌ ୧୯୧୯ରେ ସେ ଜାହାଜ ମୁମ୍ବାଇର ଲଣ୍ଡନ ପର୍ଯ୍ୟନ୍ତ ନିଜର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଯାତ୍ରା କରିଥିଲେ। ଏହି ଦିନକୁ ଭାରତରେ ରାଷ୍ଟ୍ରୀୟ ସାମୁଦ୍ରିକ ଦିବସ ଭାବେ ପାଳନ କରାଯାଏ। ଏହି ଯାତ୍ରା ଭାରତର ନୌବହନ ପାଇଁ ଏକ ମହତ୍ୱପୂର୍ଣ୍ଣ ଆରମ୍ଭ ଥିଲା।

ଏହି ସମୟରେ ଯେତେବେଳେ ସାମୁଦ୍ରିକ ମାର୍ଗରେ ବ୍ରିଟିଶ ସରକାରଙ୍କର ନିୟନ୍ତ୍ରଣ ରହିଲା। ଶିପିଂ ବ୍ୟବସାୟରେ ବାଲଚନ୍ଦ ବହୁତ କଷ୍ଟ କଲେଲେ। ବିଶେଷ ଭାବେ ପ୍ରଥମ ବିଶ୍ୱ ଯୁଦ୍ଧର ଶେଷରେ ବ୍ରିଟିଶ କମ୍ପାନୀରୁ ବଡ଼ ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିଲା। ବିଶ୍ୱ ଯୁଦ୍ଧ ସମୟରେ ଏହି ଉଦ୍ୟମକୁ ଜୀବିତ ରଖିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ତଥାପି ସେ ତାଙ୍କ ଇଚ୍ଛାକୁ ସେମିତି ଦୃଢ଼ ରଖିଲେ।

ତାଙ୍କ କମ୍ପାନୀକୁ ପ୍ରକୃତ ଅର୍ଥରେ ସ୍ୱଦେଶ ଶିପିଂ ଭାବେ ମାନ୍ୟତା ମିଳିଥିଲା। ମହାତ୍ମା ଗାନ୍ଧିଙ୍କର ହରିଜନ ଏବଂ ୟଙ୍ଗ ଇଣ୍ଡିଆ କଲମରେ ଏହି ସ୍ୱଦେଶ ଆନ୍ଦୋଳନ ବିଦେଶ ବସ୍ତୁକୁ ବହିଷ୍କାର କରିଥିଲେ।

ସେ ଏହି କମ୍ପାନୀରେ ୧୯୨୯ରୁ ୧୯୫୦ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଅବସର ନେଇଯାଇଥିଲେ। ଏହା ପୂର୍ବରୁ ସେ ୧୯୪୦ରେ ବିଶାଖାପାଟଣାରେ ସିନ୍ଧିୟା ଶିପୟାର୍ଡ( ହିନ୍ଦୁସ୍ଥାନ ଶିପୟାର୍ଡ ଲିମିଟେଡ୍‌)ର ସ୍ଥାପନ କରିବା ପାଇଁ ସେ ଭାବିଥିଲେ। ଯାହା ସ୍ୱାଧୀନତା ପରେ ୧୯୪୮ରେ ଦେଶର ପ୍ରଥମ ଜାହାଜ ଜଳଉଷା ନିର୍ମାଣ କରିବାର ଯୋଜନା ଉପରେ ଆଧାରିତ ଥିଲା। ସେ ସେହି ବର୍ଷ ବେଙ୍ଗଲୁରୁରେ ହିନ୍ଦୁସ୍ଥାନ ଏୟାରକ୍ରାଫ୍ଟ (ଯାହାକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ  ଲିମିଟେଡ୍‌ କୁହାଯାଉଥିଲା) ମଧ୍ୟ ଆରମ୍ଭ ହୋଇଯାଇଥିଲା। ଏହାର ୫ ବର୍ଷ ପରେ ମୁମ୍ବାଇର ପ୍ରିମିୟର ଅଟୋମୋବାଇଲ୍ସର ସ୍ଥାପନା ହେଲା।

ବାଲଚନ୍ଦ୍ର ସ୍ୱତନ୍ତ୍ରତା ସଂଗ୍ରାମରେ ମଧ୍ୟ ଗଭୀର ଭାବେ ଜଡ଼ିତ ଥିଲେ। ୧୯୫୦ରେ ଅବସର ନେବାର ୩ ବର୍ଷ ପରେ ୮ ଅପ୍ରେଲ୍‌ ୧୯୫୩ରେ ଗୁଜୁରାଟର ସିଦ୍ଧପୁରରେ ତାଙ୍କର ନିଧନ ହୋଇଥିଲା।

ପଶ୍ଚିମ ମହାରାଷ୍ଟ୍ରର ଏକ ଗାଁ ନାଁ ତାଙ୍କ ନାଁରେ ରଖାଯାଇଛି। ବାଲଚନ୍ଦନଗର ଗାଁର ୧୫ ହଜାର ଲୋକଙ୍କ ମଧ୍ୟରୁ ୧୪୦୦ ଲୋକ ୱିଲ୍‌ରେ କାମ କରିଛନ୍ତି।



from Odisha Reporter https://ift.tt/2LH3zZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages