‘ବସ୍‌ଠାରୁ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

‘ବସ୍‌ଠାରୁ ଚାନ୍ଦା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ’

କଟକ(ଓଡ଼ିଶା ରିପୋର୍ଟର): ପାର୍ବଣ ସମୟରେ ବସ୍‌ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସବୁଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ  କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି  ବସ୍‌ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଡିଜିପିଙ୍କୁ ଭେଟିଥିଲା। ଏହା ସହ ଏକ ଦାବିପତ୍ର ଦେଇଥିଲା। ବିଶେଷ କରି କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ଏହି ସମସ୍ୟା ଅଧିକ ବୋଲି ସଂଘ କହିଥିଲା। ଏହାକୁ ବନ୍ଦ କରିବାକୁ ଡିଜିପିଙ୍କ ନିକଟରେ ଅନୁରୋଧ କରିଥିଲେ।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ବସ୍‌ ମାଲିକଠାରୁ ଚାନ୍ଦା ଆଦାୟ କରାଯାଉଛି। ଏନେଇ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଆମେ ଗତକାଲି ଡିଜିପିଙ୍କୁ ଭେଟିଥିଲୁ। ଚାନ୍ଦା ଆଦାୟ ବନ୍ଦ କରିବାକୁ ଦାବି କରିଥିଲୁ।”



from Odisha Reporter https://ift.tt/2HAU1hI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages