ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାଲ୍କୋ ଛକରେ ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଗାଡ଼ିରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ମାଲବାହୀ ଗାଡ଼ିରେ କର୍ମଚାରୀଙ୍କୁ ନେବାରୁ ଏହି ଜରିମାନା ଆଦାୟ କରାଯାଇଛି। ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ଗାଡିରେ ପରମିଟ୍ ନ ଥିବାରୁ ୧୦ ହଜାର ଫାଇନ୍ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ଅଟୋ ଚାଳକ ହାଡ଼ିବନ୍ଧୁ କଅଁର ମଦପିଇ ଗାଡ଼ି ଚଳାଇବାଠୁ ନେଇ ମୋଟ ୮ଟି ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ତାଙ୍କ ପାଖରୁ ୪୭ ହଜାର ୫ ଶହ ଟଙ୍କା ଫାଇନ୍ କରାଯାଇଥିଲା। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦ ହଜାର, ଆର୍ସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନଥିବାରୁ ୫ ହଜାର, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର, ଗାଡ଼ିର ବୀମା ନଥିବାରୁ ୨ ହଜାର ଟଙ୍କା ତାଙ୍କ ଉପରେ ଜରିମାନା କରାଯାଇଥିଲା।
ଏହି ଜରିମାନା ଟଙ୍କା ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ପାର୍କ ଅଫିସରେ ଦାଖଲ କରିବାକୁ ଅଟୋ ଡ୍ରାଇଭରଙ୍କୁ କୁହାଯାଇଥିଲା। ହାଡ଼ିବନ୍ଧୁ ସାତ ଦିନ ତଳେ ୨୫,୦୦୦ ଟଙ୍କା ଦେଇ ଅଟୋ କିଣିଥିଲେ।
from Odisha Reporter https://ift.tt/2MVkOK6
No comments:
Post a Comment