ଆସନ୍ତା କାଲି ପୁରୀରେ ପହଞ୍ଚିବେ ଆମିକସ୍ କ୍ୟୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଆସନ୍ତା କାଲି ପୁରୀରେ ପହଞ୍ଚିବେ ଆମିକସ୍ କ୍ୟୁରୀ

ପୁରୀ ( ମଧୁସୂଦନ ମିଶ୍ର) ମଠ ଉଚ୍ଛେଦକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ମଠ ମହନ୍ତ, ସାଧୁସନ୍ଥଙ୍କ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତି । ଏହାସତ୍ତ୍ୱେ ପ୍ରଶାସନ ନିଜ ଜିଦ୍‌ରେ ଅଟଳ। ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅପରପକ୍ଷେ ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତ ଖୋଲା ଚିଠି ଲେଖିଛନ୍ତି ।

ସ୍ଥିତି ଅନୁଧ୍ୟାନ ଲାଗି ଆସନ୍ତାକାଲି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ରଞ୍ଜିତ କୁମାରଙ୍କ ସହ ସଲିସିଟର ଜେନେରାଲ । ସେମାନେ ୯ ତାରିଖରେ ଆସିବା ନିମନ୍ତେ ପୂର୍ବରୁ ସ୍ଥିର ହୋଇଥିଲା। ହେଲେ  ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।  ପୁରୀରେ ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ  ଆମିକସ୍ କ୍ୟୁରୀ ଆସୁଥିବା ନେଇ ସୂଚନା ମିଳିଛି ।

୪ ଦିନର ନୀରବତା ପରେ ଆଜି ପ୍ରଶାସନ ପକ୍ଷରୁ ଏମାର ମଠ ନିକଟରେ ବାକି ରହିଥିବା ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି। । ମା’ କାକୁଡ଼ିଖାଇ ନିକଟ ବଣିଆପଟିରେ ଥିବା ଦୋକାନ ଘରଗୁଡିକ ଭଙ୍ଗାଯାଉଛି। ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ ଦିଆଯାଇଥିବାରୁ  ଦୋକାନ ଘର ଖାଲି କରିଦେଇଥିଲେ।

ଶ୍ରୀମନ୍ଦିର ସୁରକ୍ଷା ଆଳରେ ପ୍ରଶାସନ ତରଫରୁ  ତରବରିଆା ଭାବେ ନିଆଯାଇଥିବା ଉଚ୍ଛେଦ ନିଷ୍ପତ୍ତିକୁ ସାଧୁ, ସନ୍ଥ ଓ ମହନ୍ତମାନେ ତୀବ୍ର ବିରୋଧ କରି ଆସୁଛନ୍ତି। ଏଥିନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଧୁ, ସନ୍ଥଙ୍କ ମେଳି ପୁରୀରେ ହୋଇଥିଲା।  ବଡ଼ ଆଖଡ଼ା ମଠ ଉଚ୍ଛେଦ ପୂର୍ବରୁ ଏକ ୧୫ ଜଣିଆ କମିଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଏହି ଆଲୋଚନା  ବିଫଳ ହୋଇଥିଲା।

ଏହି ମାମଲାରେ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ମଠ ମହନ୍ତମାନେ ଅନୁରୋଧ କରିଥିଲେ । ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତ ଖୋଲା ଚିଠି ଲେଖିଥିଲେ । ଆଗାମୀ ଦିନରେ କିପରି ରହିବ ପୁରୀର ମାନଚିତ୍ର , ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଦେଖାଇଛି।



from Odisha Reporter https://ift.tt/2NPEaQh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages