ଚାଲିଗଲେ ସଞ୍ଜୀବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

ଚାଲିଗଲେ ସଞ୍ଜୀବ

ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍‌ରୋଗରେ ପୀଡ଼ିତ ଥିଲେ।

ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ ତା’ ସତ୍ତ୍ୱେ ସେ ସୁସ୍ଥ ହୋଇପାରି ନଥିଲେ। ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତର ଅପୂରଣୀୟ କ୍ଷତି ହୋଇଛି। ସେ ସ୍ୱର୍ଗତ ରେଣୁ ସାଲୁଜାଙ୍କ ଶେଷ ଛାତ୍ର ଥିଲେ। ରେଣୁ ସାଲୁଜା ବହୁ ଲୋକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କିନ୍ତୁ ତାଙ୍କର କାର୍ଯ୍ୟଧାରାକୁ କେବଳ ସଞ୍ଜୀବ କୁମାର ଦତ୍ତା ହିଁ ଆଗକୁ ବଢ଼ାଇ ନେଇଥିଲେ।

ନାଗେଶ କୁକୁନୁରଙ୍କ ପ୍ରାୟ ସମସ୍ତ ଫିଲ୍ମ ଏଡିଟ୍ କରିଥିବା ସଞ୍ଜୀବ ଥିଲେ ପୁନେ ସ୍ଥିତ ଏଫ୍‌ଟିଆଇଆଇର ଛାତ୍ର। ଦୌର୍‌, ‘ମର୍ଦାନୀ’, ‘ଇକ୍‌ବାଲ୍‌’ ଓ ‘ଏକ ହସୀନା ଥି’ ପରି ବଲିଉଡ୍‌ ଫିଲ୍ମରେ ସେ କାମ କରିଥିଲେ। ରେଣୁ ସାଲୁଜାଙ୍କ ସହଯୋଗୀ ଭାବେ କାମ ଆରମ୍ଭ କରିଥିବା ସଞ୍ଜୀବ ୮୦ ରୁ ଅଧିକ ହିନ୍ଦୀ ଓ ବଙ୍ଗାଳୀ ଫିଲ୍ମ ଏଡିଟ୍‌ କରିଥିଲେ।  କୁନ୍ଦନ ଶାହ, ଶ୍ରୀରାମ ରାଘବନ୍‌ ଓ ପ୍ରଦୀପ ସରକାରଙ୍କ ଭଳି ଫିଲ୍ମ ନିର୍ମାତାଙ୍କ ସହିତ ସେ କାମ କରିଥିଲେ। ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତ ସହିତ ଜଡ଼ିତ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।

 



from Odisha Reporter https://ift.tt/31AXUeN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages