ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୋଟ ଛୁଆଙ୍କର ଯତ୍ନ ନେବା ଆଦୌ ସହଜ କଥା ନୁହେଁ। ସେମାନଙ୍କର ଖାଇବାପିଇବାଠାରୁ ଆରମ୍ଭ କରି ବିଭିନ୍ନ କଥାରେ ବାପାମା’ ତଥା ଘରର ଅନ୍ୟ ଲୋକମାନଙ୍କୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ବେଳେ ବେଳେ ଯଥେଷ୍ଟ ବ୍ୟବସ୍ଥା କରାଯାଇଥିଲେ ବି ଶିଶୁମାନେ ବେଡ୍ ତଳକୁ ଖସି ପଡ଼ନ୍ତି। ଏହି ସମୟରେ ବାପାମା’ମାନେ ଭୟଭୀତ ହୋଇଯିବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ ସଙ୍ଗେ ସଙ୍ଗେ କ’ଣ କରିବାକୁ ହେବ ଜାଣି ନଥିବାରୁ ସେମାନେ ସାଧାରଣତଃ ଡରି ଯାଆନ୍ତି। ତେଣୁ ଏଭଳି ସ୍ଥିତିରେ ସଙ୍ଗେ ସଙ୍ଗେ କ’ଣ କରିବା ଉଚିତ୍, ତାହା ସମସ୍ତେ ଜାଣି ରଖିବା ଉଚିତ୍।
୧. ଯଦି ଛୋଟ ଛୁଆ ବେଡ୍ରୁ ତଳେ ପଡ଼ି ଯାଉଛି, ତା’ହେଲେ ତା’ ଶରୀରରେ କେଉଁ ସ୍ଥାନରେ ଲାଲ୍ ପଡ଼ିଛି କି ନାହିଁ କିମ୍ୱା ରକ୍ତ ବାହାରୁଛି କି ନାହିଁ, ତାହା ପ୍ରଥମେ ଯାଞ୍ଚ କରି ନିଅନ୍ତୁ। ସେ ସୁସ୍ଥ ଜଣାପଡ଼ୁଥିଲେ ବି ତୁରନ୍ତ ଡାକ୍ତରଖାନା ନେଇ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।
୨. ଅନେକ ସମୟରେ ଶିଶୁମାନେ ତଳେ ପଡ଼ିଯିବା ପରେ ଭୟଭୀତ ହୋଇ କାନ୍ଦିଥା’ନ୍ତି। ଏପରି ଅବସ୍ଥାରେ ତାଙ୍କୁ କୋଳରେ ଧରି ଶାନ୍ତ କରନ୍ତୁ।
୩. ତଳେ ପଡ଼ିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଛୁଆକୁ ମନିଟରିଙ୍ଗ୍ କରନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ କୌଣସି ଗମ୍ଭୀର ଆଘାତ ଲାଗିଛି କି ନାହିଁ।
୪. ତଳେ ପଡ଼ି ଶିଶୁ ବେହୋସ ହୋଇଗଲେ ଅବା ରକ୍ତ ବାହାରିଲେ ତୁରନ୍ତ ଡାକ୍ତରଖାନା ନେଇ ଯାଆନ୍ତୁ।
୫. ଯଦି କିଛି ଜଣାପଡୁନି ଏବଂ ଶିଶୁ ଜୋରରେ କାନ୍ଦେ, ତା’ହେଲେ ମଧ୍ୟ ତାକୁ ତୁରନ୍ତ ଡାକ୍ତରଖାନା ନେଇ ଯାଆନ୍ତୁ।
from Odisha Reporter https://ift.tt/2ZXQrst
No comments:
Post a Comment