ଖୁଡ଼ିକୁ ମାଡ଼ ମାରି ସରପଞ୍ଚ ପୁତୁରା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ଖୁଡ଼ିକୁ ମାଡ଼ ମାରି ସରପଞ୍ଚ ପୁତୁରା ଗିରଫ

ଗଞ୍ଜାମ ( ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା ଖଲିକୋଟ ବ୍ଳକ ତେନ୍ତୁଳିଆପଲ୍ଲୀର ସରପଞ୍ଚଙ୍କୁ ଗିରଫ କରିଛି ପୁଲିସ୍‌।  ଗିରଫ ସରପଞ୍ଚଙ୍କ ନାଁ ସୁଲୁ ସ୍ୱାଇଁ । ଖୁଡ଼ିଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ସାଦା କାଗଜରେ ଦସ୍ତଖତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

କିଛି ଦିନ ତଳେ ଜଣେ ମହିଳାଙ୍କୁ  ପୁତୁରା ସୁଲୁ ସ୍ୱାଇଁ ଓ ତାଙ୍କ ବାପା ମାଡ ମାରିଥିବା ନେଇ  ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାସହ  ଜବରଦସ୍ତ ସାଧା କାଗଜରେ ଦସ୍ତଖତ କରାଇ ନେବାକୁ ଉଦ୍ୟମ କରାଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।

ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେ  ଅଭିଯୋଗ କରିଥିଲେ ।  ଘଟଣା ପରେ ମହିଳା ଏବଂ ତାଙ୍କ ସ୍ୱାମୀ ଗଂଜାମ ଏସ୍‌ପିଙ୍କୁ ସାକ୍ଷାତ କରି ଗୁହାରି କରିବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।



from Odisha Reporter https://ift.tt/2PSMktN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages