ପ୍ରଭାସଙ୍କ ପ୍ରଭାବ, ଫାଇଦାରେ କପିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ପ୍ରଭାସଙ୍କ ପ୍ରଭାବ, ଫାଇଦାରେ କପିଲ୍‌

ନୂଆଦିଲ୍ଲୀ: ‘ଦ କପିଲ୍ ଶର୍ମା ଶୋ’ ଗତ ସପ୍ତାହରେ ଟିଆର୍‌ପି ତାଲିକାର ଟପ୍-୫ ଟେଲିଭିଜନ୍‌ ଶୋ’ରୁ ବାହାର ହୋଇଯାଇଥିଲା। କିନ୍ତୁ ଏ ସପ୍ତାହରେ ପୁଣି ଏହା ଟପ୍‌-୫ରେ ରହିଛି। ଏଥର ଏହି ଶୋ’ ୪ ନମ୍ବର ସ୍ଥାନରେ ରହିଛି। କୁହାଯାଉଛି, ଏହା ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସଙ୍କ ପ୍ରଭାବ। କାରଣ ପ୍ରଭାସଙ୍କ ଲୋକପ୍ରିୟତା ବହୁତ ହୋଇଥିବା ଯୋଗୁ ଶୋ’ର ସେଦିନର ଏପିସୋଡ୍‌କୁ ବହୁତ ଲୋକ ଦେଖିଥିଲେ ଏବଂ ଏହାର ଟିଆର୍‌ପି ବଢ଼ି ଯାଇଥିଲା। ‘ବାହୁବଲୀ ୨’ ପରେ ଯେଉଁ ସ୍ଥାନରେ ଲୋକେ ଦକ୍ଷିତ ଭାରତୀୟ ଫିଲ୍ମ ଦେଖନ୍ତି ନାହିଁ, ସେଠାରେ ବି ସେ ଲୋକପ୍ରିୟ ହୋଇଯାଇଛନ୍ତି। ଅବଶ୍ୟ ଶୋ’ରେ ସେଦିନ ସାହୋ ଟିମ୍ ଖୁବ୍ ଧମାଲ୍ କରିଥିଲା।

ଅନ୍ୟପକ୍ଷରେ ଅମିତାଭ ବଚ୍ଚନ ହୋଷ୍ଟ୍ କରୁଥିବା କେବିସି-୧୧ ଟିଆର୍‌ପି ରେସ୍‌ରେ ପୁଣି ନିଜ ସ୍ଥାନ ରକ୍ଷା କରିବାରେ ସମର୍ଥ ହୋଇଛି। ଗତ ସପ୍ତାହରେ ୭ ନମ୍ବରରେ ଥିବା ଏହି ଶୋ’ ଏଥର ୫ମ ସ୍ଥାନରେ ରହିଛି। ‘କୁଣ୍ଡଲୀ ଭାଗ୍ୟ’ର ଜଲୱା ଜାରି ରହିଛି। ଏହି ଶୋ’ ପୁଣି ଟପ୍ ୫ ଭିତରେ ରହିଛି। ଶୋ’ଟି ଦ୍ୱିତୀୟ ସ୍ଥାନରେ ରହିଛି।



from Odisha Reporter https://ift.tt/314ep2C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages