୧୫ ହଜାର ଟଙ୍କା ଭିତରେ ୫ଟି ବେଷ୍ଟ୍‌ ସ୍ମାର୍ଟଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

୧୫ ହଜାର ଟଙ୍କା ଭିତରେ ୫ଟି ବେଷ୍ଟ୍‌ ସ୍ମାର୍ଟଫୋନ୍‌

ଓଡ଼ିଶା ରିପୋର୍ଟର (ଭୁବନେଶ୍ୱର): ଏବେ ଚାଲିଛି ପୂଜା ସିଜିନ୍। ତେଣୁ ଆପଣମାନେ ନିଶ୍ଚିତ ଭାବେ କିଛି ନୂଆ ଜିନିଷ କିଣିବାକୁ ଭାବୁଥିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ବଜେଟ୍‌ ୧୫ ହଜାର ଟଙ୍କା ରହିଛି, ତା’ହେଲେ ଆମେ ଆପଣଙ୍କୁ ୫ଟି ବେଷ୍ଟ୍‌ ଅପ୍‌ସନ୍ ଦେଉଛୁ।

୧) Realme 5 Pro: ଏହାର ଦାମ୍‌ ୧୩ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୨୧ ପ୍ରୋସେସର୍, ପଛରେ ୪ଟି କ୍ୟାମରେ (48MP+8MP+2MP+2MP), 16MPର ସେଲଫି କ୍ୟାମେରା, ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଓ 4045mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍ ୯ ପାଇ ବେସ୍ଡ ColorOS 6.0 ସିଷ୍ଟମ ମିଳିବ।୨) Mi A3: ଶାଓମିର ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୨ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର୍, ୬.୦୮ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ସୁପର AMOLED  ଡିସ୍‌ପ୍ଲେ, ଟ୍ରିପଲ୍‌ ରିୟର କ୍ୟାମେରା(48MP+8MP+2MP), 32MPର ସେଲଫି କ୍ୟାମେରା ଓ 4,030mAhର ବ୍ୟାଟେରୀ ସହ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍ନ୍‌ସର ଓ ଆଣ୍ଡ୍ରଏଡ୍ ୯ ପାଇ ମିଳିବ।

୩) Motorola One Action: ଏହାର ମୂଲ୍ୟ ୧୩ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଅକ୍ଟାକୋର୍ ସାମସଙ୍ଗ୍ ୯୬୦୯ ପ୍ରୋସେସର୍‌, ୬.୩ ଇଞ୍ଚ୍  ଫୁଲ୍‌ ଏଚ୍‌ଡି ପ୍ଲସ୍‌  IPS ସିନେମାଭିଜନ୍‌ ଡିସ୍‌ପ୍ଲେ, Mali G72 MP3 GPU, ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌(16MP+12MP+5MP), 12MPର ସେଲ୍‌ଫି କ୍ୟାମେରା ଓ 3,500mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍ ୯ ପାଇ ସପୋର୍ଟ ରହିଛି।

୪) Realme 3 Pro: ଏହାର ମୂଲ୍ୟ ୧୨ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୧୦ ପ୍ରୋସେସର୍, Adreno 616 GPU, ଡୁଆଲ୍‌ ରିୟର୍ କ୍ୟାମେରା (16MP+5MP), 25MPର ସେଲ୍‌ଫି କ୍ୟାମେରା, 4045mAhର ବ୍ୟାଟେରୀ, ୬.୩୦ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଇୟୁଡ୍ରପ୍ ସ୍କ୍ରିନ୍‌ ସହ ଆଣ୍ଡ୍ରଏଡ୍‌ ୯ ପାଇ ବେସ୍ଡ ColorOS 6.0 ରହିଛି।

୫) Redmi Note 7 Pro: ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଅକ୍ଟାକୋର୍ ସ୍ନାପଡ୍ରାଗନ୍ ୬୭୫ ପ୍ରୋସେସର୍, ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ, ଡୁଆଲ୍ ରିୟର କ୍ୟାମେରା (48MP+5MP), ୧୩ ମେଗାପିକ୍ସେଲ୍‌ର ସେଲଫି କ୍ୟାମେରା ଓ 4,000mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍‌ ୯ ପାଇ ବେସ୍ଡ MIUI 10ର ସପୋର୍ଟ ରହିଛି।



from Odisha Reporter https://ift.tt/2ocpvE0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages