‘ବିଗ୍‌ବସ୍‌’ ଘରେ ମାଧୁରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 28, 2019

‘ବିଗ୍‌ବସ୍‌’ ଘରେ ମାଧୁରୀ !

ମୁମ୍ବାଇ: ରବିବାରଠୁ ଆରମ୍ଭ ହେବ ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୩’। ଆଜି ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହେବ। ଆଉ ତା’ସହିତ ଏଥର ଏହି ଶୋ’ରେ କେଉଁମାନେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି, ତାହା ବି ସ୍ପଷ୍ଟ ହୋଇଯିବ। ତେବେ ତା’ପୂର୍ବରୁ ‘ବିଗ୍‌ବସ୍‌’ରେ ପ୍ରଥମ ଏଣ୍ଟ୍ରି କରିଛନ୍ତି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସେ ସଲ୍‌ମାନ୍‌ଙ୍କ ସହ ‘ବିଗ୍‌ବସ୍‌’ ଘରେ ଏଣ୍ଟ୍ରି କରିବା ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି। ସଲ୍‌ମାନ୍ ଓ ମାଧୁରୀ ‘ସାଜନ’ ଫିଲ୍ମର ‘ଦେଖା ହୈ ପେହେଲି ବାର୍’, ‘ବଜରଙ୍ଗୀ ଭାଇଜାନ୍’ର ‘ଆଜ୍‌ କି ପାର୍ଟି ମେରି ତରଫସେ’ ଗୀତରେ ଡ୍ୟାନ୍ସ କରିଥିଲେ। ଆଉ ଏହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଇଛି। ତେବେ ମାଧୁରୀ ଏଥିରେ ପ୍ରତିଯୋଗୀ ଭାବେ ସାମିଲ ହୋଇ ନାହାନ୍ତି। ବାସ୍ତବରେ ଏହି ଭିଡିଓ ଜରିଆରେ ‘ଡ୍ୟାନ୍ସ ଦିବାନେ’ର ଗ୍ରାଣ୍ଡ ଫାଇନାଲ୍‌ର ପ୍ରମୋସନ୍ କରାଯାଇଥିଲା, ଯେଉଁଥିରେ ସେ ଜଜ୍‌ ଥିଲେ। ଏହି ଶୋ’ ଗତକାଲି ସରିଯାଇଛି।

ଅନ୍ୟପକ୍ଷରେ ଏହି ଭିଡିଓ ମାଧ୍ୟମରେ ଅନେକ ବର୍ଷ ପରେ ପୁଣି ଥରେ ସଲ୍‌ମାନ୍‌ ଓ ମାଧୁରୀ ଏକାଠି ଡ୍ୟାନ୍ସ କରିବା ଦେଖିବାକୁ ମିଳିଛି। ଦର୍ଶକ ଭିଡିଓଟିକୁ ବେଶ୍ ପସନ୍ଦ କରୁଛନ୍ତି। ଏହାକୁ ‘ବିଗବସ୍‌’ ନିଜ ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟରେ ମଧ୍ୟ ପୋଷ୍ଟ୍ କରିଛି।

 



from Odisha Reporter https://ift.tt/2nyjLnO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages