ପେପରମେଟଲାରେ ଆଦିବାସୀ ମେଳି , ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ପେପରମେଟଲାରେ ଆଦିବାସୀ ମେଳି , ୧୪୪ ଧାରା ଜାରି

ମାଲକାନଗିରି (ଜିତେନ୍ଦ୍ର ବେଉରା ): ମାଲକାନଗିରି ଜିଲ୍ଲା ପେପର ମେଟଲା ଗ୍ରାମ ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ଫଳରେ ଗାଁ ପାଖରେ ଶହ ଶହ ଆଦିବାସୀ ମେଳି କରିଛନ୍ତି। ଉତ୍ତେଜନା ଆଶଙ୍କାରେ ପ୍ରଶାସନ ଆଜି ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି । ପେପରମଟଲା ନିକଟରେ ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରୁଣ୍ଡ  ହୋଇଛନ୍ତି।

ଉକ୍ତ ଅଞ୍ଚଳ ଏକ ପ୍ରକାର ପୁଲିସ୍‌ ଛାଉଣୀରେ ପରିଣତ ହୋଇଛି। ପରିସ୍ଥିତି ଉପରେ ପୁଲିସ୍‌ ସତର୍କ ଦୃଷ୍ଟି ରଖିଛି।  ଆଦିବାସୀମାନେ ପେପରମେଟଲା ଗାଁକୁ ଏକ ବିରାଟ ରାଲି କରି ଯାଇଛନ୍ତି। ତେଣୁ ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି କରିଛି ପୁଲିସ୍‌।

ଗତ ଶୁକ୍ରବାର ଦିନ ରାଜୁ ହନ୍ତାଳ ନାମକ ଜଣେ ଯୁବକର ମୃତଦେହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ମିଳିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ରାଜୁକୁ  ଯବାନ ହତ୍ୟା କରିଛନ୍ତି।  ସେହି ଦିନଠାରୁ ଏହି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ଏନେଇ ଗତ ଶନିବାର ସ୍ଥାନୀୟ ଲୋକେ ପେପରମେଟଲା ଥାନା ଘେରାଉ କରିଥିଲେ। ପୁଲିସ୍‌କୁ ଆକ୍ରମଣ କରିବା ସହିତ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଆଦିବାସୀ।

ରାଜୁ ହନ୍ତାଳ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଲୋକଙ୍କର ଏହି ମେଳି ପଛରେ ମାଓବାଦୀଙ୍କର ହାତ ଥିବା ସନ୍ଦେହ କରାଯାଉଛି। କାରଣ ଆନ୍ଧ୍ରର ବହୁ ଆଦିବାସୀ ମଧ୍ୟ ଏହି ମେଳିରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/30iABtD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages