କାହିଁକି ବର୍ଷକୁ ଦୁଇ ଥର ପାଳନ ହୁଏ ଶହୀଦ ଦିବସ, ଜାଣନ୍ତୁ... - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 29, 2024

କାହିଁକି ବର୍ଷକୁ ଦୁଇ ଥର ପାଳନ ହୁଏ ଶହୀଦ ଦିବସ, ଜାଣନ୍ତୁ...

ଭାରତରେ ବର୍ଷକୁ ଦୁଇଥର ଶହୀଦ ଦିବସ ପାଳନ କରାଯାଏ। ଗୋଟିଏ ଜାନୁଆରୀରେ ଏବଂ ଅନ୍ୟଟି ମାର୍ଚ୍ଚରେ। ତେଣୁ ଶହୀଦ ଦିବସ ପାଳନକୁ ନେଇ କିଛି ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି। ବାସ୍ତବରେ ଦୁଇ ଥର ଶହୀଦ ଦିବସ ପାଳନର ଉଦ୍ଦେଶ୍ୟ କ’ଣ, ଜାନୁଆରୀର ଏବଂ ମାର୍ଚ୍ଚରେ ଶହୀଦ ଦିବସ ପାଳନ ପଛରେ କଣ ଉଦ୍ଦେଶ୍ୟ ରହିଛି, ଜାଣନ୍ତୁ...

୩୦ ଜାନୁଆରୀ ଶହୀଦ ଦିବସର ଇତିହାସ 
୩୦ ଜାନୁଆରୀର ଶହୀଦ ଦିବସ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥିକୁ ଶହୀଦ ଦିବସ ରୂପେ ପାଳନ କରାଯାଏ। ୧୯୪୮ ମସିହାରେ ଏହି ଦିନ, ନାଥୁରାମ ଗଡସେଙ୍କ ଗୁଳିରେ ଟଳିପଡ଼ିଥିଲେ ବାପୁ। ହଜାର ହଜାର ଭାରତୀୟଙ୍କ ସମ୍ମୁଖରେ ବାପୁଙ୍କୁ ହତ୍ୟା କରିଥିଲା ନାଥୁରାମ ଗଡସେ। ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ଏବଂ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଏକ କରି ବାନ୍ଧି ରଖିବା ପାଇଁ ବାପୁ ଯେଉଁ ଉଦ୍ୟମ କରିଥିଲେ, ଶେଷରେ ସେଥିପାଇଁ ତାଙ୍କୁ ଗୁଳିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଅହିଂସାର ପୂଜାରୀଙ୍କ ପୂଣ୍ୟ ତିଥିକୁ ଶହୀଦ ଦିବସ ରୂପେ ପାଲନ କରାଯାଏ। 

ଦ୍ୱିତୀୟ ଶହୀଦ ଦିବସ କେବେ ପାଳନ କରାଯାଏ?
ବର୍ଷର ଦ୍ୱିତୀୟ ଶହୀଦ ଦିବସ ମାର୍ଚ୍ଚ ମାସରେ ପାଳନ କରାଯାଏ। ୨୩ ମାର୍ଚ୍ଚରେ ଅମର ଶହୀଦ ଦିବସ ପାଳିତ ହୁଏ। ଏହି ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ମାର୍ଚ୍ଚ ୨୩ରେ ମଧ୍ୟ ଶହୀଦ ଦିବସ ପାଳନ ପଛରେ ଏକ ଇତିହାସ ରହିଛି...

୨୩ ମାର୍ଚ୍ଚ ଶହୀଦ ଦିବସର ଇତିହାସ 
ଏହି ଦିବସରେ ଶହୀଦ ଦିବସ ପାଳନ କରିବାର ଇତିହାସ ଖୁବ୍ ପୁରୁଣା। ମାର୍ଚ୍ଚ ୨୩,୧୯୩୧ରେ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ଜୟୀ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର। ଇଂରେଜ ସରକାରଙ୍କ ସେଣ୍ଟ୍ରାଲ ଆସେମ୍ବ୍ଲିରେ ବୋମା ପକାଇବା ଅଭିଯୋଗରେ ବ୍ରିଟିଶମାନେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ମୃତ୍ୟୁ ଦଣ୍ଡାଦେଶ ପରେ ଭାରତୀୟଙ୍କ ଆକ୍ରୋଶକୁ ଭୟ କରି ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ତିନି ଜଣଙ୍କୁ ଗୁପ୍ତରେ ଫାଶୀ ଦେଇଥିଲେ ଇଂରେଜ। ସ୍ୱାଧୀନତା ସଂଗ୍ରାମରେ ଏହି ତିନି ଜଣ ମହାନାୟକଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ମାର୍ଚ୍ଚ ୨୩କୁ ଶହୀଦ ଦିବସ ରୂପେ ପାଳନ କରାଯଏ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3lm7IXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages