ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମିର୍ଜାପୁର ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ରୁଟି ସହିତ ଲୁଣ ଖାଉଥିବାର ଏକ ଭିଡିଓ ନିକଟରେ ଦେଖିବାକୁ ମିଳିଥିଲା। ଏବେ ଏହି ଘଟଣାରେ ଉତ୍ତର ପ୍ରଦେଶ ସରକାର ଭିଡିଓ ରେକର୍ଡିଂ କରିଥିବା ସ୍ଥାନୀୟ ସାମ୍ୱାଦିକ ନାଁରେ ମାମଲା ରୁଜୁ କରିଛି।
ରାଜ୍ୟ ସରକାରଙ୍କୁ ବଦନାମ କରିବାର ମନ୍ଦ ଉଦ୍ଦେଶ୍ୟରେ ଏହି ଖବର ସ୍ଥାନୀୟ ସାମ୍ୱାଦିକ ପବନ ଜୟସ୍ୱାଲ ପ୍ରସ୍ତୁତ କରିଥିଲେ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି। ଏଭଳି ମନ୍ଦ ଉଦ୍ଦେଶ୍ୟ ଖବର ପ୍ରସ୍ତୁତ ପାଇଁ ସେହି ଗାଁର ଜଣେ ବ୍ୟକ୍ତି ଯିଏକି ସ୍କୁଲର ମଧ୍ୟାହ୍ନ ଭୋଜନର ସଦସ୍ୟ ରହିଛନ୍ତି ସେ ସାମ୍ୱାଦିକଙ୍କୁ ସହଯୋଗ କରିଥିଲେ ବୋଲି ମଧ୍ୟ ରାଜ୍ୟ ସରକାର ଦର୍ଶାଇଛନ୍ତି।
ଏହାପରେ ସ୍ଥାନୀୟ ପୁଲିସ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଗତମାସରେ ଉତ୍ତର ପ୍ରଦେଶର ମିର୍ଜାପୁର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ପାଖାପାଖି ୧୦୦ ଛାତ୍ରଛାତ୍ରୀ ରୁଟି ଲୁଣ ଖାଉଥିଲେ ବୋଲି ଦେଖିବାକୁ ମିଳିଥିଲା। ଏହି ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାମାନେ ପାଠ ପଢ଼ୁଛନ୍ତି।
ଉତ୍ତର ପ୍ରଦେଶ ମଧ୍ୟାହ୍ନ ଭୋଜନ ଯୋଜନାର ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ରୁଟି ଏବଂ ପନିପରିବା ଦେବାର ବ୍ୟବସ୍ଥା ରହିଛି। ନିକଟରେ ଫଳ ଏବଂ କ୍ଷୀର ଏହି ଯୋଜନାରେ ଯୋଗାଇ ଦେବାର ନଜୀର ରହିଛି। ହେଲେ ସେଦିନ ସଠିକ୍ ଢଙ୍ଗରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିବା ଦେଖିବାକୁ ମିଳିଥିଲା।
This clip is from a @UPGovt school in east UP’s #Mirzapur . These children are being served what should be a ‘nutritious’ mid day meal ,part of a flagship govt scheme .On the menu on Thursday was roti + salt !Parents say the meals alternate between roti + salt and rice + salt ! pic.twitter.com/IWBVLrch8A
— Alok Pandey (@alok_pandey) August 23, 2019
ସେତେବେଳେ ଜଣେ ଅଭିଭାବକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଏହି ସରକାରୀ ସ୍କୁଲରେ ଠିକ୍ ଭାବରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଉ ନାହାନ୍ତି। କେତେବେଳେ ରୁଟି-ଲୁଣ ତ ଆଉ କେତେବେଳେ ଭାତ-ଲୁଣ। କ୍ଷୀର ବହୁତ କମ୍ ସମୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥାଏ। କଦଳୀ ପିଲାମାନଙ୍କ ପାଇଁ ଆସୁଥିଲେ ମଧ୍ୟ କେବେ ଦିଆଯାଏ ନାହିଁ ବୋଲି ଅଭିଭାବକ ଜଣଙ୍କ କହିଛନ୍ତି।
ଏହି ଘଟଣାରେ ସେତେବେଳେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଏବଂ ଗ୍ରାମ ପଞ୍ଚାୟତର ସୁପରଭାଇଜର ନିଲମ୍ୱିତ ହୋଇଥିଲେ।
from Odisha Reporter https://ift.tt/2kmDgyu
No comments:
Post a Comment