ଚିକିତ୍ସା ଅବେହଳାରୁ ଚାଲିଗଲା ୨ ଜୀବନ, ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଚିକିତ୍ସା ଅବେହଳାରୁ ଚାଲିଗଲା ୨ ଜୀବନ, ଉତ୍ତେଜନା

କେନ୍ଦୁଝର (ପ୍ରଣୟ ପାଣି ): ଚିକିତ୍ସା ଅବହେଳାରୁ ଗୋଟିଏ ଦିନରେ ଚାଲିଗଲା ୨ ରୋଗୀଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ଆସିଛି। ଏଥିଯୋଗୁ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

ସୋମବାର ରାତିରେ ସହର ଉପକଣ୍ଠ ନରଣପୁରର କ୍ଷିରୋଦିନୀ ପାତ୍ରଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ରାତିରେ ତାଙ୍କୁ ଡାକ୍ତର ଦେଖିବା ପରେ ସାଲାଇନ୍‌ ଦେଇଥିଲେ । ଯେଉଁଥିପାଇଁ ଟଙ୍କା ଦେବାକୁ ପଡ଼ିଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଜି ଭୋରରୁ କ୍ଷିରୋଦିନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଦେବାକୁ ଡାକ୍ତର କହିଥିଲେ । ହେଲେ ମହିଳା ବିଭାଗରେ ଯେଉଁ ୩ଟି  ଅକ୍ସିଜେନ ସିଲିଣ୍ଡର ଥିଲା ସେଥିରୁ ଗୋଟିଏ ଏକ ସାପ କାମୁଡ଼ା ରୋଗୀଙ୍କୁ ଦିଆଯାଇଥିଲା। ଅନ୍ୟ ୨ ଟି ଖାଲିଥିବାରୁ କ୍ଷିରୋଦିନୀଙ୍କୁ  ଅକ୍ସିଜେନ ଦିଆଯାଇ ପାରି ନ ଥିଲା। ଏଥିଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।  ପରିବାର ଲୋକେ ବହୁ କାକୁତି ମିନତି ହେଲେ ସୁଦ୍ଧା ମେଡିକାଲରେ ଉପସ୍ଥିତ ଥିବା ଡାକ୍ତର ରୋଗୀ ଦେଖିବାକୁ ଆସି ନ ଥିବା ଅଭିଯୋଗ ହୋଇଛି । ଏହାପରେ ଆଖି ବୁଜିଲେ କ୍ଷିରୋଦିନୀ।

ଅନ୍ୟପଟେ ମୟୂରଭଞ୍ଜ କରଞ୍ଜିଆ ନୂଆଗାଁର ଜାନକୀ ପାତ୍ର ନାମ୍ନୀ ଯୁବତୀ ସାପ କାମୁଡା ଯୋଗୁ ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳିପାରି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜାନକୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଆଟେଣ୍ଡାଣ୍ଟ ଇଂଜେକ୍ସନ ଦେଇଥିବା ଅଭିଯୋଗ  ହୋଇଛି।

କେନ୍ଦୁଝର ମେଡିକାଲରେ ଗୁରୁତର ରୋଗୀଙ୍କୁ ଡାକ୍ତର ଠିକ୍‌ ଭାବେ ଚିକିତ୍ସା କରୁନଥିବା  ଅଭିଯୋଗ କରିଛନ୍ତି ଦୁଇ ମୃତକଙ୍କ ପରିବାର ଲୋକେ । ଏଥିଯୋଗୁ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କେନ୍ଦୁଝର ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଲିଖିତ ଆକାରରେ ଅଭିଯୋଗ ଦେବାକୁ ଥାନାଧିକାରୀ କହିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏ  ନେଇ  କେନ୍ଦୁଝର ଜିଲ୍ଲା ସିଡିଏମ୍‌ଓ ଡ.  ଅଶୋକ କୁମାର ଦାସଙ୍କୁ ପଚାରିବାରୁ , ଘଟଣାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ଫୁଲ୍‌ ଥିବା ସେ କହିଛନ୍ତି। ସାପ କାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ଇଞ୍ଜେକସନ ଦିଆଯାଇଥିବା ଅଭିଯୋଗ  ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ରୋଗୀଙ୍କୁ ମୃତ ଘୋଷଣା ପୂର୍ବରୁ କିଛି ଚିକିତ୍ସା ପଦ୍ଧତି ଆପଣାଇବାର  ବ୍ୟବସ୍ଥା ରହିଛି। ସଙ୍ଗେସଙ୍ଗେ ମୃତ୍ୟୁ ଘଟିଲେ, କିମ୍ବା ଘଟିବାର ଥିବା ଡାକ୍ତର ଅନୁଭବ କଲେ ଇଞ୍ଜେକସନ ଦିଆଯିବା ନିମନ୍ତେ ମେଡିକାଲ ପ୍ରୋଟୋକଲ୍‌ରେ ଉଲ୍ଲେଖ ଥିବା  କହିଛନ୍ତି ସିଡିଏମ୍‌ଓ ।



from Odisha Reporter https://ift.tt/2LxLEpG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages