ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜନେତା ଭାବେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜନ ନିରାପତ୍ତା ଆଇନ୍(ପିଏସ୍ଏ) ଜରିଆରେ ବନ୍ଦୀ କରାଯାଇଛି। ରବିବାର ସନ୍ଧ୍ୟାରୁ ଏହି ଆଇନ୍ ବଳରେ ଫାରୁକଙ୍କୁ ତାଙ୍କ ନିଜ ବାସଭବନର ଗୋଟିଏ ରୁମ୍ ଭିତରେ ଅଟକ ରଖାଯାଇଛି।
ନିୟମ ଅନୁଯାୟୀ, ପିଏସ୍ଏ ଅନୁଯାୟୀ ବନ୍ଦୀ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ବର୍ଷ ଯାଏ ପ୍ରଶାସନ ଅଟକ ରଖିବାର କ୍ଷମତା ରହିଛି। ଏହି ସମୟରେ କୌଣସି ଶୁଣାଣି ହୋଇପାରିବ ନାହିଁ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଫାରୁକଙ୍କ ସମେତ ଏକାଧିକ କଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏବେ କଶ୍ମୀର ସ୍ଥିତି ସ୍ୱାଭାବିକ ହେଉଥିବାରୁ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା।
ହେଲେ ଫାରୁକ ଛାଡ଼ ପାଇଲେ ହିଂସା ସୃଷ୍ଟି କରିବାକୁ ତାଙ୍କ ସମର୍ଥକମାନଙ୍କୁ ଉସକାଇ ପାରନ୍ତି ବୋଲି ପ୍ରଶାସନ ଆଶଙ୍କା କରିଥିଲା। ତେଣୁ ରବିବାର ସନ୍ଧ୍ୟାରୁ ତାଙ୍କୁ ପିଏସ୍ଏ ବଳରେ ବନ୍ଦୀ କରାଯାଇଛି।
ଫାରୁକଙ୍କୁ ପିଏସ୍ଏ ବଳରେ ବନ୍ଦୀ କରାଯାଇଥିବା ବେଳେ ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଧାରା ୧୦୭ ବଳରେ ଅଟକ ରଖାଯାଇଛି।
from Odisha Reporter https://ift.tt/32Iwvre
No comments:
Post a Comment