ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ତାର ସଂସ୍ପର୍ଶ ଆସି ଛାରଖାର ହୋଇଗଲା ୨ ପରିବାର। ଗୋଟିଏ ସ୍ଥାନରେ ଭଉଣୀକୁ ବଞ୍ଚାଇବାକୁ ଯାଇଥିବା ଭାଇ ଆଖି ବୁଜିଲା । ଅନ୍ୟ ଏକ ସ୍ଥାନରେ ଅକାଳରେ ଚାଲିଗଲା ସ୍ୱାମୀସ୍ତ୍ରୀଙ୍କ ଜୀବନ। ସ୍ତ୍ରୀଙ୍କ ପ୍ରାଣରକ୍ଷା କରିବାକୁ ଯାଇ ବିଫଳ ହୋଇଥିବା ସ୍ୱାମୀ ମଧ୍ୟ ବିଦ୍ୟୁତ୍ ଆଘାତରୁ ନିଜକୁ ମୁକୁଳାଇ ପାରିଲେ ନାହିଁ। ଫଳରେ ଅନାଥ ହୋଇଗଲେ ୨ କୁନି କୁନି ଝିଅ। ଏପରି ହୃଦୟ ବିଦାରକ ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଆଜି ଘଟିଯାଇଛି।
ଆଜି ସକାଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଗୁରୁଣ୍ଡା ଗାଁରେ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ କର୍ଣ୍ଣଦାନୀ ସରାଫ । ଆଜି ସକାଳେ ପ୍ରେମଲତା ଘର ବାହାରେ ଝାଡୁ କରିବା ବେଳେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ ।
ତାଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଯାଇଥିବା ଭାଇ କର୍ଣ୍ଣଦାନୀ ଲିଚୁ ତାରକୁ ଟାଣି ଆଣିଥିଲେ । ହେଲେ ସେ ଭଉଣୀକୁ ବଞ୍ଚାଇ ଦେଇଥିବା ବେଳେ ନିଜେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଗଲେ । ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି ବଲାଙ୍ଗିର ଲୋଇସିଂହା ଥାନା ଆଗଲପୁର ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଲୁଗା ଶୁଖାଉ ଥିବା ବେଳେ ପ୍ରଥମେ ସ୍ତ୍ରୀକୁ କରେଣ୍ଟ ମାରିଥିଲା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏବେ ସେମାନଙ୍କ ୨ ଛୋଟ ଛୋଟ ଝଇଅ କିପରି ବଞ୍ଚିବେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
from Odisha Reporter https://ift.tt/2PHziiW
No comments:
Post a Comment