ସିକ୍ରେଟ୍‌ ରୁମ୍‌ରେ ରହିବେ ଅମୀଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ସିକ୍ରେଟ୍‌ ରୁମ୍‌ରେ ରହିବେ ଅମୀଷା

ମୁମ୍ବାଇ: ଟେଲିଭିଜନ୍‌ର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍‌-୧୩’ ଆରମ୍ଭ ହୋଇଯାଇଛି। ଶୋ’ର ହୋଷ୍ଟ୍‌ ଦବଙ୍ଗ ଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଏହାର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀମାନଙ୍କ ଗୃହ ପ୍ରବେଶ କରାଇଥିଲେ। ଏଥର ବିବି-ହାଉସ୍‌ରେ କେବଳ ସେଲେବ୍ରିଟିମାନେ ସାମିଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉଭୟ ଟେଲିଭିଜନ୍ ଓ ବଲିଉଡ୍‌ର ଷ୍ଟାର୍‌ ଅଛନ୍ତି।  ‘ବିଗ୍‌ ବସ୍‌’ରେ ସାଧାରଣତଃ ଅନେକ ଟ୍ୱିଷ୍ଟ୍ ଦେଖିବାକୁ ମିଳେ। ଆଉ ଏହି ସିଜିନ୍‌ର ପ୍ରଥମ ଟ୍ୱିଷ୍ଟ୍‌ ବି ଦେଖିବାକୁ ମିଳି ସାରିଲାଣି। ବିବି-ହାଉସ୍‌ରେ ପ୍ରବେଶ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ୍‌। ତେବେ ସେ ପ୍ରତିଯୋଗୀ ଭାବେ ବିବି ହାଉସ୍‌ରେ ପ୍ରବେଶ କରି ନାହାନ୍ତି।

ଆପଣମାନେ ଭାବୁଥିବେ, ଯଦି ଅମୀଷା ପ୍ରତିଯୋଗୀ ନୁହନ୍ତି, ତା’ହେଲେ କାହିଁକି ବିବି-ହାଉସ୍‌ରେ ଏଣ୍ଟ୍ରି କରିଛନ୍ତି। କଥାଟା ହେଲେ ସବୁଥର ଅପେକ୍ଷା ଏଥରର ସିଜିନ୍‌ ହେଉଛି ଟିକେ ହଟକେ। ଅମୀଷା ‘ବିଗ୍‌ ବସ୍‌’ ହାଉସ୍‌ର ମାଲିକାଣୀ ହୋଇ ପ୍ରବେଶ କରିଛନ୍ତି। ସୂଚନା ଅନୁଯାୟୀ, ସେ ସେହି ଘରେ ରହିବେ, କିନ୍ତୁ ଏକ ସିକ୍ରେଟ୍‌ ରୁମ୍‌ରେ। ପୂର୍ବରୁ ଏକ ପ୍ରମୋ ମଧ୍ୟ ରିଲିଜ୍‌ ହୋଇଥିଲା, ଯେଉଁଥିରେ ଅମୀଷା ହାତରେ ଚାବୁକ୍‌ ଧରିଥିବାର ଦେଖିବାକୁ ମିଳିଥିଲା।

ଅମୀଷା ଶୋ’ରେ ଘରର ସଦସ୍ୟମାନଙ୍କୁ ସିଷ୍ଟାଚାର ଶିଖାଇବେ। ତା’ ସହିତ ଭିନ୍ନ ଭିନ୍ନ ଟାସ୍କ ମଧ୍ୟ ଦେବେ। କୁହାଯାଉଛି, ସେ ଘରେ ଗୋଟେ ପରେ ଗୋଟେ ଏମିତି କିଛି ଟ୍ୱିଷ୍ଟ ନେଇ ଆସିବେ ଯାହା ପ୍ରତିଯୋଗୀମାନଙ୍କୁ ପରସ୍ପର ସହ ଲଢ଼ିବାକୁ ବାଧ୍ୟ କରିଦେବ। ଏସବୁ ବ୍ୟତୀତ ସେ ସମସ୍ତଙ୍କୁ ଏଣ୍ଟରଟେନ୍‌ ମଧ୍ୟ କରିବେ। ଅମୀଷା ଗତ ଏପିସୋଡ୍‌ରେ ପ୍ରତିଯୋଗୀମାନଙ୍କୁ ପ୍ରଥମ ଟାସ୍କ କରେଇ ସାରିଲେଣି। ସେ ଏକ ଟାସ୍କ ଦେଇଥିଲେ ଯେଉଁଥିରେ ସବୁ ପ୍ରତିଯୋଗୀ ଗୋଟିଏ ଲାଇନ୍‌ରେ ଛିଡ଼ା ହୋଇ ଘରର ରାସନ୍‌କୁ ପାଟିରେ ଉଠାଇ ପରସ୍ପରକୁ ପାସ୍‌ କରି ଠିକ୍‌ ସ୍ଥାନରେ ରଖିବେ। ଏହି ସମୟରେ ଯେଉଁ ଜିନିଷ ପାଟିରୁ ତଳେ ଖସିଲା, ତାହା ଆଉ ସେମାନଙ୍କୁ ମିଳିବ ନାହିଁ। ସବୁ ପ୍ରତିଯୋଗୀ ଘରର ପ୍ରଥମ ଟାସ୍କକୁ ସମ୍ପୂର୍ଣ କରିବା ସହ ଏନ୍‌ଜୟ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, ଅମୀଷାଙ୍କ ଫିଲ୍ମ ଆଉ ଚାଲୁନି। ତାଙ୍କୁ ବି ଆଉ ପୂର୍ବଭଳି ଭଲ ପ୍ରୋଜେକ୍ଟ ମିଳୁନି। ତେବେ ସଲ୍‌ମାନ୍‌ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇ ତାଙ୍କୁ ବିଗ୍ ବସ୍‌ରେ ସୁଯୋଗ ଦେଇଛନ୍ତି। ସଲ୍‌ମାନ୍‌ଙ୍କ କାରଣରୁ ହିଁ ବିଗ୍‌ ବସ୍‌ରେ ଅମୀଷାଙ୍କର ଏଣ୍ଟ୍ରି ହୋଇଛି ବୋଲି କୁହାଯାଉଛି।



from Odisha Reporter https://ift.tt/2o3xsvc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages