ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ବ୍ୟାନ୍ ହେବ ପ୍ଲାଷ୍ଟିକ। ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ୫୦ ମାଇକ୍ରନ୍ରୁ କମ୍ ମୋଟେଇର ପଲିଥିନ୍ ପୂରାପୂରି ଭାବେ ବ୍ୟାନ୍ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କେହି ଏପରି ପଲିଥିନ୍ ତିଆରି କିମ୍ବା ବିକ୍ରି କରିପାରିବେ ନାହିଁ। ୨ ଶହ ମିଲିଲିଟରର ପାଣି ବୋତଲ ମଧ୍ୟ ବିକ୍ରି ବନ୍ଦ ହେବ।
ସେହିପରି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ଯଥା-କପ୍ ପ୍ଲେଟ୍, ଚାମଚ, ବାଉଲ୍, ଗ୍ଲାସ୍ ଭଳି ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି। ଯଦି କୌଣସି ପ୍ରତିଷ୍ଠାନ ପଲିଥିନ୍ ପ୍ରସ୍ତୁତ କରିବାକୁ କିମ୍ବା ବ୍ୟବହାର କରିବାକୁ ଚାହିଁବେ ତେବେ ୫୦ ମାଇକ୍ରୋନ୍ରୁ ଅଧିକ ମୋଟେଇର ପଲିଥିନ୍ ପାଇଁ ଅନୁମତି ଦିଆଯିବ।
from Odisha Reporter https://ift.tt/2o3xJOK
No comments:
Post a Comment