ସ୍ପାଇନାଲ୍‌ କର୍ଡରେ ଆଘାତ ଲାଗିଛି କି? ଦେଖା ଦେଇପାରେ ଗମ୍ଭୀର ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ସ୍ପାଇନାଲ୍‌ କର୍ଡରେ ଆଘାତ ଲାଗିଛି କି? ଦେଖା ଦେଇପାରେ ଗମ୍ଭୀର ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେରୁଦଣ୍ଡ ହାଡ଼ ବା ସ୍ପାଇନାଲ୍‌ କର୍ଡ ମୁଖ୍ୟତଃ ମସ୍ତିଷ୍କରୁ ଆସୁଥିବା ସୂଚନାକୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ପହଞ୍ଚାଇଥାଏ। କୌଣସି କାରଣରୁ ସ୍ପାଇନାଲ୍‌ କର୍ଡ ବାଧାପ୍ରାପ୍ତ ହେଲେ ଏହା ପୂରା ଶରୀର ଲାଗି ଘାତକ ସାବ୍ୟସ୍ତ ହୋଇପାରେ। ଫଳରେ ମସ୍ତିଷ୍କରୁ ଶରୀରର ବିଭିନ୍ନ ଅଙ୍ଗକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଏଥିଯୋଗୁ ପକ୍ଷାଘାତ ହେବାର ଆଶଙ୍କା ଅଧିକ ସୃଷ୍ଟି ହୋଇଥାଏ।

ଯଦି କୌଣସି ଦୁର୍ଘଟଣାରେ ଆପଣଙ୍କ ସ୍ପାଇନାଲ୍‌ କର୍ଡରେ ଆଘାତ ଲାଗୁଛି, ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ସ୍ପାଇନାଲ୍‌ କର୍ଡର କେଉଁ ସ୍ଥାନରେ ଆଘାତ ଲାଗିଛି। ଉଦାହରଣ ସ୍ୱରୂପ ସ୍ପାଇନାଲ୍‌ କର୍ଡର ତଳ ଭାଗରେ ଆଘାତ ଲାଗିଲେ ରୋଗୀ ପାରାଲାଇଜଡ୍‌ ହେବାର ଆଶଙ୍କା ରହିଛି। ଯଦି ଆପଣଙ୍କ ବେକରେ ଆଘାତ ଲାଗେ, ତେବେ ରୋଗୀର ହାତ ଓ ପାଦ ପାରାଲାଇଜଡ୍‌ ହେବାର ଆଶଙ୍କା ରହିଛି। ଆଘାତ ଅଧିକ ଲାଗିଲେ ଏହା ଗମ୍ଭୀର ସମସ୍ୟା ଆଡକୁ ଗତି କରିଥାଏ।

ଆଘାତ ଲାଗିଛି କି ନାହିଁ ଏହିସବୁ ଲକ୍ଷଣରୁ ଜାଣନ୍ତୁ

ସ୍ପାଇନାଲ୍‌ କର୍ଡରେ ଥିବା ଶିରା ପ୍ରଶିରା ପାଇପ୍‌ ପରି ହୋଇଥାଏ। ଏହି ପାଇପ୍‌ ସଙ୍କୁଚିତ ହେଲେ ଶିରା ଉପରେ ଚାପ ପଡ଼ିଥାଏ। ସେହି ସମୟରେ ଏହିସବୁ ଲକ୍ଷଣ ଦେଖା ଦେଇଥାଏ। ଯେପରିକି:-
୧. ପାଦରେ ପୋଡ଼ାଜଳା ହେବା
୨. ପାଦ ଝିମ୍‌ ଝିମ୍ ଲାଗିବା
୩. ପିଠି, ବେକ ଓ ଅଣ୍ଟାରେ ପବନ ରହି ଯନ୍ତ୍ରଣା ହେବା
୪. ଲେଖିବା, ଡ୍ରେସ୍‌ ବଟମ୍‌ ଦେବା ଓ ଖାଇବା ସମୟରେ ସମସ୍ୟା ହେବା
 ୫. ଚାଲିବାରେ କଷ୍ଟ ଅନୁଭବ କରିବା
୬. କୌଣସି ଜିନିଷ ଉଠାଇବା ସମୟରେ ସମସ୍ୟା ହେବା

ପ୍ରଥମେ ପ୍ରଥମେ ଏହିସବୁ ଲକ୍ଷଣ ଦେଖା ଦେଲେ ବସିବା ପରେ ରୋଗୀକୁ ଆରାମ ମିଳିଥାଏ। କିନ୍ତୁ ପରେ ଏହି ଲକ୍ଷଣ ଗମ୍ଭୀର ରୂପ ଧାରଣ କରିଥାଏ। ଏପରିକି ଏହା ରୋଗୀକୁ ଶଯ୍ୟାଶାୟୀ ମଧ୍ୟ କରି ଦେଇଥାଏ।

ଏହାର ଉପଚାର କିପରି କରିବେ
ସ୍ପାଇନାଲ୍‌ କର୍ଡରେ ଆଘାତ ଲାଗିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାର ଚିକିତ୍ସା ଆରମ୍ଭ କରନ୍ତୁ। ଯଦି ବେକରେ ଆଘାତ ଲାଗିଛି, ତେବେ ପ୍ଲାଷ୍ଟର କିମ୍ୱା ଅନେକ ସମୟରେ ସର୍ଜରୀର ଆବଶ୍ୟକତା ମଧ୍ୟ ପଡ଼ିଥାଏ।  ଆଘାତ କମ୍‌ ଲାଗିଥିଲେ, ଏଥିପାଇଁ କିଛି ସାଧାରଣ ଉପଚାର ରହିଛି। ଯାହାକୁ ଆପଣ ଘରେ ଆରାମରେ କରିପାରିବେ।

 

୧. ନିୟମିତ ବ୍ୟାୟାମ କରନ୍ତୁ।
୨. ଯଦି ଅଧିକ ସମୟ ଗାଡ଼ି ଚଳାଉଛନ୍ତି, ତେବେ ପିଠିକୁ ଆରାମ ଦେବା ପାଇଁ ତକିଆର ବ୍ୟବହାର କରନ୍ତୁ।
୩. କମ୍ପ୍ୟୁଟରରେ ଅଧିକ ସମୟ ବସି କାମ କରୁଥିବା ବ୍ୟକ୍ତି ମନିଟରକୁ ସିଧା ରଖନ୍ତୁ।
୪. ଚୌକିରେ ପିଠିକୁ ସିଧା କରି ବସନ୍ତୁ ଏବଂ କିଛି ସମୟ ଅନ୍ତରାଳରେ ଚଲାବୁଲା କରନ୍ତୁ।
୫. ଯଦି ଯନ୍ତ୍ରଣା ଅଧିକ ହେଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
୬. ଏଥିପାଇଁ ଆପଣ ଫିଜିଓଥେରାପି ମଧ୍ୟ କରିପାରିବେ।



from Odisha Reporter https://ift.tt/313dTlk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages