ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର

ସମ୍ବଲପୁର(ସଞ୍ଜୟ ଜେନା): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଗତକାଲି ଅପରାହ୍ନରେ ଏହାର ଜଳସ୍ତର ଥିଲା ୬୨୫.୫୬ ଫୁଟ୍। ପ୍ରତି ସେକେଣ୍ଡରେ ଡ୍ୟାମକୁ ୩ ଲକ୍ଷ ୧୬ ହଜାର ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୨ ହଜାର ଘନଫୁଟ ଜଳ।

ବର୍ତ୍ତମାନ ୨୦ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ୧୨ଟି ଗେଟ୍ ଓ କାଲି ଆଉ ୮ଟି ଗେଟ୍ ଖୋଲାଯାଇଛି।

ସମ୍ବଲପୁରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ସେହିପରି ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରେଙ୍ଗାଲି ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ଅତିରିକ୍ତ ଜଳ ନିଷ୍କାସନ କରାଯାଉଥିବାରୁ ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ନଈକୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ।



from Odisha Reporter https://ift.tt/316dYEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages