ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଘାଟରେ ଡଙ୍ଗା ବୁଡ଼ି ଘଟଣାରେ ଆଜି ଭୋରରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ବାପୁନି ଆଚାର୍ଯ୍ୟ। ତାଙ୍କ ଘର କୁନ୍ଦନଦେଇପୁରରେ।
ବାପୁନିଙ୍କ ମୃତଦେହ ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟରୁ ଠାବ କରାଯାଇଛି। ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ଏହି ଡଙ୍ଗା ବୁଡ଼ି ଘଟଣାରେ ଏବେ ବି ତିନି ଜଣ ନିଖୋଜ ଅଛନ୍ତି। ସେମାନେ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗାଁର ରମେଶ ସାହୁ,ସୁଶାନ୍ତ ସାହୁ,ଏବଂ ଲୁଲୁ ସାହୁ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ଆଠଟା ବେଳେ ବ୍ରାହ୍ଣଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ହୋଲି ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ନାଉରିଆ ଏବଂ ସାତ ଜଣ ଯାତ୍ରୀ ମୋଟ ୯ ଜଣ ନଦୀ ପାର ହେଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ବୁଡ଼ି ଯାଇଥିଲା। ପାଞ୍ଚ ଜଣ ପହଁରି ପହଁରି ରାତିରେ କୂଳରେ ଲାଗିଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଥିଲେ।
from Odisha Reporter https://ift.tt/2A3JMOK
No comments:
Post a Comment