ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ବିଧାୟକ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ବିଧାୟକ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଯିଏ ସହରର ଗଳିକନ୍ଦି ସଫା କରିବା କାମରେ ଲାଗି ପଡ଼ନ୍ତି, ସେମାନେ କିନ୍ତୁ ନିଜେ ଅବହେଳିତ। ସେମାନଙ୍କ ବିଷୟରେ ଭାବିବାକୁ କାହା ପାଖରେ ସମୟ ନ ଥାଏ।  ସହରର ଅଳିଆ ଆବର୍ଜନାକୁ ସଫା କରିବା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିବା ସଫେଇ କର୍ମଚାରୀଙ୍କୁ ସାଧାରଣତଃ ସମସ୍ତେ ଭଲ ଦୃଷ୍ଟିରେ ଦେଖି ନ ଥାନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ।

ଏପରି ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରିଛନ୍ତି ଖୋଦ ବିଧାୟକ। ସୋଶାଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ।

ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ମନୋହର ରାନ୍ଧାରୀ ଯୋଗ ଦେଇଥିଲେ। ଏହି ଅବସରରେ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଝାଡ଼ୁଦାର ତୁଳସା ଭତରା, ସୁନାମଣି ନାୟକ, ଯୁଗ ସିକ୍ରି ଓ ଦିଲୀପ ହରିଜନଙ୍କ ଗୋଡ ଧୋଇ ବିଧାୟକ ସମ୍ମାନିତ କରିଥିଲେ।



from Odisha Reporter https://ift.tt/2mZWTNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages