ଧରା ପଡ଼ିଲେ, ନିର୍ଦ୍ଦୂମ ଛେଚା ଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 29, 2019

ଧରା ପଡ଼ିଲେ, ନିର୍ଦ୍ଦୂମ ଛେଚା ଖାଇଲେ

ଜଳେଶ୍ୱର(ଅଜିତ ନାୟକ): ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଶ୍ୟାମରାୟପୁର ଗ୍ରାମକୁ ଚୋରି କରିବାକୁ ଯାଇ ଧରା ପଡ଼ିଛନ୍ତି ୩ ଯୁବକ। ଗ୍ରାମବାସୀ ସେମାନଙ୍କୁ କାବୁ କରି ନିର୍ଦ୍ଦୂମ ଛେଚିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗାଁରେ ଯାତ୍ରା ଚାଲିଥିବାରୁ ବହୁ ଲୋକ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ୫ଜଣ ଯୁବକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରୁଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ଗ୍ରାମବାସୀ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଆଉ ୨ ଜଣ ଚମ୍ପଟ ମାରି ପଳାଇଥିଲେ। ଧରାପଡିଥିବା ୩ ଜଣଙ୍କୁ ଲୋକେ ମନଇଚ୍ଛା ପିଟିଥିଲେ । ଖବର ପାଇ ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ସମ୍ପୃକ୍ତ ୩ ଯୁବକଙ୍କୁ ଉଦ୍ଧାର କରିଥିଲା । ଧରାପଡିଥିବା ୩ ଚୋର ହେଲେ ବସ୍ତା ଥାନା ଦରଡା ଗ୍ରାମର ପଦ୍ମ ଲୋଚନ ତରାଇ, ଝାଡେଶ୍ୱର ଜେନା ଓ ଶ୍ୟାମରାୟପୁର ଗାଁର ଦେବାଶିଷ ଜେନା।



from Odisha Reporter https://ift.tt/2mXy8lI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages