ଫସିଯିବେ କି ସଲ୍‌ମାନ୍, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଫସିଯିବେ କି ସଲ୍‌ମାନ୍, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍‌ମାନ୍‌ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବିରୋଧରେ ଗତ ଏପ୍ରିଲ୍‌ ମାସରେ ଟେଲିଭିଜନ୍ ସାମ୍ବାଦିକ ଅଶୋକ ପାଣ୍ଡେ ମାରପିଟ, ଦୁର୍ବ୍ୟବହାର, ଲୁଟ୍‌ପାଟ୍‌ ଓ ଧମକଚମକ ଅଭିଯୋଗ ଆଣିଥିଲେ। ଏ ନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସଲ୍‌ମାନ୍‌ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଦାବି କରିଥିଲେ। ଏବେ ଏହି ମାମଲାରେ ଅନ୍ଧେରୀ ମେଟ୍ରୋପୋଲିଟାନ୍‌ କୋର୍ଟ ଡି.ଏନ୍ ନଗର ପୁଲିସ୍‌କୁ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମାମଲାର ତଦନ୍ତ କରି ଅକ୍ଟୋବର ୧୪ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଶୋକ ପାଣ୍ଡେଙ୍କ ଅଭିଯୋଗ ଅନୁଯାୟୀ, ଏପ୍ରିଲ୍ ୨୪ ତାରିଖରେ ସଲ୍‌ମାନ୍‌ ମୁମ୍ବାଇର ବାନ୍ଦ୍ରାରେ ସାଇକେଲ୍ ଚଳାଇ ଯାଉଥିଲେ। ସେ କାର୍‌ରେ ସେହି ବାଟ ଦେଇ ଯାଉଥିବା ବେଳେ ସଲ୍‌ମାନଙ୍କୁ ଦେଖିଥିଲେ। ସେ ସମୟରେ ତାଙ୍କ ସହିତ ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀ ଥିଲେ। ସଲ୍‌ମାନ୍ ସାଇକେଲ୍‌ ଚଲାଉଥିବା ଦେଖି ସେ ଭିଡିଓ ଉତ୍ତୋଳନ କରିଥିଲେ। ତେବେ ଏହା ଦେଖି ସଲ୍‌ମାନ୍ ଓ ତାଙ୍କ ସୁରକ୍ଷାକର୍ମୀମାନେ ରାଗି ଯାଇଥିଲେ। ସେମାନେ କାର୍ ପାଖକୁ ଆସି ତାଙ୍କୁ ମାର୍‌ପିଟ୍ କରିଥିଲେ। ତା’ ସହିତ ଗାଳିଗୁଲଜ କରି ମୋବାଇଲ୍ ଛଡ଼ାଇ ନେଇଥିଲେ। ଏମିତି କି ଧମକ ବି ଦେଇଥିଲେ।

ଏ ଘଟଣା ପରେ ଅଶୋକ ପାଣ୍ଡେ ପୁଲିସ୍ ଷ୍ଟେସନ୍ ଯାଇ ଏତଲା ଦେଇ ଥିଲେ। ତେବେ ପୁଲିସ୍ କିଛି ଅପରାଧ ହୋଇ ନାହିଁ କହି ଏତଲା ରଖିବାକୁ ମନା କରି ଦେଇଥିଲା। ତା’ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଡି.ଏନ୍ ନଗର ପୁଲିସ୍ ଏ ଘଟଣାର ତଦନ୍ତ କରିବାକୁ ଏକ ଟିମ୍ ଗଠନ କରିଛି।

 



from Odisha Reporter https://ift.tt/2MWez8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages