ନାବାଳିକାଙ୍କ ଉପରେ ଚଢ଼ିଗଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ନାବାଳିକାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାର ନୁନମାଠ ଗାଁ ଛକରେ ଟ୍ରକ୍ ଚଢ଼ିଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସସ୍ମିତା ସାହୁ। ତାଙ୍କ ଘର କେସିଙ୍ଗା ଥାନା ବୋଗାଡ଼ରେ। ଦୁର୍ଘଟଣାପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଟ୍ରକକୁ ଜବତ କରିଛି।

ଆଜି ସକାଳେ ସସ୍ମିତା ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ। ତାଙ୍କ ବାପା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ସେ ରାସ୍ତା ପାର ହୋଇ ବିସ୍କୁଟ୍ କିଣିବାକୁ ଯାଉଥିଲେ। ଏ ସମୟରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ  କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମଟର ଅଟକି ରହିଛି। ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।



from Odisha Reporter https://ift.tt/30Y25AF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages