ଟ୍ରାଫିକ୍‌ ନିୟମ ବିବାଦରେ ଫସି ଛୁ ମାରିଲା ପୁଲିସ ଗାଡ଼ି , ଲୋକେ ବାଇକ୍‌ରେ ଗୋଡ଼ାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ଟ୍ରାଫିକ୍‌ ନିୟମ ବିବାଦରେ ଫସି ଛୁ ମାରିଲା ପୁଲିସ ଗାଡ଼ି , ଲୋକେ ବାଇକ୍‌ରେ ଗୋଡ଼ାଇଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ନୂଆ ଟ୍ରାଫିକ୍  ନିୟମ ଲାଗୁ ପରେ ପୁଲିସ-ପବ୍ଲିକ୍  ଛକାପଞ୍ଝା। ସାଧାରଣ ଲୋକେ ଟ୍ରାଫିକ୍  ନିୟମ ଭାଙ୍ଗିଲେ ପୁଲିସ ସେମାନଙ୍କୁ ଫାଇନ କଷୁଥିବା ବେଳେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣାର ମୋବାଇଲ ଭିଡିଓ ଏବେ ଭାଇରାଲ ହୋଇଛି।

ହୁମାରୁ ପାଲୁଲ ଅଭିମୁଖେ ଯାଉଥିବା ଏକ ପୁଲିସ ଗାଡ଼ିରୁ ପ୍ରଚୁର ପରିମାଣର କଳା ଧୂଆଁ ବାହାରୁଥିବାରୁ ଏହା ଲୋକଙ୍କ ନଜରରେ ପଡ଼ିଥିଲା । ପରେ ଜଣେ ବ୍ୟକ୍ତି ଉକ୍ତ ପୁଲିସ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ଦେଖାଇବାକୁ କହିଥିଲେ। ହେଲେ ପୁଲିସ ଭ୍ୟାନଟି ଦୃତଗତି ପଳାଇ ଯିବାରୁ ଦୁଇ ଜଣ ଯୁବକ ଗାଡ଼ିକୁ ପିଛା କରିବା ସହ ଘଟଣାର ଦୃଶ୍ୟ ମଧ୍ୟ ଉତ୍ତୋଳନ କରିଥିଲେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।



from Odisha Reporter https://ift.tt/2Amz1rc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages