ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ୍ ମୁଡରେ ଗଞ୍ଜାମ ପୁଲିସ୍।୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି। ଗଞ୍ଜାମ ବ୍ଲକର ପାଲୁର କୃଷ୍ଣପ୍ରସାଦ ରୋଡ୍ରେ ପୁଲିସ୍ ଏନ୍କାଉଣ୍ଟରରେ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ପ୍ରମୋଦର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ MKCG ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଏନ୍କାଉଣ୍ଟର ହୋଇଛି। ଦୀର୍ଘଦିନ ହେବ ପୁଲିସ୍ର ଟାର୍ଗେଟ୍ରେ ପ୍ରମୋଦ ଥିଲା। ଏକ ମାମଲାରେ ପ୍ରମୋଦକୁ ପୁଲିସ୍ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ ଦେଖି ସେ ଖସି ପଳାଇବା ପାଇଁ ଆଗୁଆ ଗୁଳି ଚଳାଇଥିଲା। ପରେ ପୁଲିସର ପାଲଟା ଗୁଳିରେ ତାର ଡାହାଣ ଗୋଡରେ ଗୁଳି ବାଜିଥିଲା। ତାକୁ ସଙ୍ଗେ ସଙ୍ଗେ ଗଞ୍ଜାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ବ୍ରହ୍ମପୁର ସ୍ଥିତ ଏମ୍କେସିଜିକୁ ଅଣାଯାଇଛି। ତା’ ପାଖରୁ ଏକ ମାଉଜର, ଗୁଳି ଓ ଏକ ବାଇକ୍ ଜବତ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଥିଲା। ତାର ବାମ ଗୋଡ଼ରେ ଗୁଳି ବାଜିଥିଲା।
ପ୍ରମୋଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ତେବେ ପ୍ରମୋଦ ସୁଶାନ୍ତ ବେହେରା ଓରଫ୍ କୋକୋର ସହଯୋଗୀ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2NeUudZ
No comments:
Post a Comment