ଓଜନ କମାଇବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ତିନୋଟି କାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଓଜନ କମାଇବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ତିନୋଟି କାର୍ଯ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ପ୍ରତ୍ୟେକ ଦିନ ଡାଏଟିଙ୍ଗ୍‌ କରୁଛନ୍ତି ଏବଂ ଜିମ୍‌ ଯାଉଛନ୍ତି। ତଥାପି ଓଜନ କମୁନାହିଁ। ଏହାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି। ତେବେ ଜଙ୍କ୍‌ ଫୁଡ୍‌ ନ ଖାଇବା ଓ ୱାର୍କ୍‌ ଆଉଟ୍‌ କରିବା ସହିତ ଆପଣ ଶୋଇବା ସମୟରେ କିଛି କାର୍ଯ୍ୟ କରିପାରିବେ। ଯାହାଦ୍ୱାରା ଆପଣଙ୍କ ଓଜନ କମ୍‌ ହୋଇପାରିବ।

ଆସନ୍ତୁ ଜାଣିବା କିଛି ଟିପ୍ସ୍‌। ଯାହାକୁ ଅନୁସରଣ କରି ଆପଣ ଓଜନ୍‌ ହ୍ରାସ କରିପାରିବେ।


୧. ଯଦି ଆପଣଙ୍କର ଲାଇଟ୍‌ ଲଗାଇ ଶୋଇବାର ଅଭ୍ୟାସ ଅଛି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଲାଇଟ୍‌ ଲଗାଇ ଶୋଇଲେ ସ୍ଲିପିଙ୍ଗ୍‌ ହରମୋନ୍‌ର ଉତ୍ପାଦନ କମ୍‌ ହୋଇଥାଏ। ବେଡ୍‌ ରୁମ୍‌ର ଲାଇଟ୍‌ ବନ୍ଦ କରି କିମ୍ୱା ପରଦା ଟାଣି ଶୁଅନ୍ତୁ। ଆପଣ ଚାହିଁଲେ ଆଖିରେ ସ୍ଲିପ୍‌ ମାସ୍କ ଲଗାଇ ଶୋଇପାରିବେ। ଅନ୍ଧାରରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ମେଟାବୋଲିଜିମ୍‌ ଭଲ କାର୍ଯ୍ୟ କରିଥାଏ। ଯାହା ଓଜନ ହ୍ରାସ କରିବା ପାଇଁ ସହାୟକ ହୋଇଥାଏ।

୨. ସେହିପରି ରାତିରେ ହାଲ୍‌କା ବା ଢ଼ିଲା ପୋଷାକ ପିନ୍ଧି ଶୁଅନ୍ତୁ। ଏପରି କଲେ ଆପଣଙ୍କୁ ନିଦ ଭଲ ହୋଇଥାଏ। ଆପଣଙ୍କ ଶରୀରର ତାପମାତ୍ରା ମଧ୍ୟ କମ୍‌ ହୋଇଥାଏ ଓ ନିଦ ଶୀଘ୍ର ହୋଇଥାଏ। ଏକ ଗବେଷଣା ଅନୁସାରେ ୫ ଘଣ୍ଟା କିମ୍ୱା ଏହାଠାକୁ କମ୍‌ ଶୋଉଥିବା ବ୍ୟକ୍ତି ମୋଟାପଣର ଶିକାର ହୋଇଥାନ୍ତି। ତେଣୁ ଓଜନ ହ୍ରାସ କରିବା ପାଇଁ ଆବଶ୍ୟକ ସମୟ ଶୋଇବା ନିହାତି ଆବଶ୍ୟକ।

 

୩. ମୋବାଇଲ୍‌ ଫୋନ୍‌ ଓ ଅନ୍ୟ ଗ୍ୟାଜେଟସ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ଆପଣଙ୍କ ନିଦକୁ ପ୍ରଭାବିତ କରିଥାଏ। ମୋବାଇଲ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ଏକ୍ସପୋଜର୍‌ରେ ରହିଲେ, ଆପଣଙ୍କ ଶରୀରରେ ଥିବା ସ୍ଲିପ୍‌ ହର୍‌ମୋନ୍‌ ମେଲାଟୋନିନ୍‌ର ଉତ୍ପାଦନକୁ କମ୍‌ କରିଥାଏ। ମେଲାଟୋନିନ୍‌ କମ୍‌ ହେଲେ ଆପଣଙ୍କୁ ଭୋକ ଅଧିକ ଲାଗିବ ଏବଂ ଶରୀରରେ ମୋଟାବୋଲିଜିମ୍‌ ମଧ୍ୟ କମ୍‌ ହେବ। ଏହାଦ୍ୱାରା ଆପଣଙ୍କ ଓଜନ କମିବା ପରିବର୍ତ୍ତେ ବୃଦ୍ଧି ପାଇଥାଏ। ଏଥିପାଇଁ ଶୋଇବା ପୂର୍ବରୁ ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ କରନ୍ତୁ ଏବଂ ଶୋଇବାର ଠିକ୍‌ ପୂର୍ବରୁ ମୋବାଇଲ୍‌ ବ୍ୟବହାର କରନ୍ତୁ ନାହିଁ।



from Odisha Reporter https://ift.tt/30X25RG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages