ଜୋରିମାନା ବଢ଼ାଇବାକୁ ମହେଶ ବାବୁଙ୍କୁ ଫିଲ୍ମରୁ ପ୍ରେରଣା ପାଇଛନ୍ତି ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଜୋରିମାନା ବଢ଼ାଇବାକୁ ମହେଶ ବାବୁଙ୍କୁ ଫିଲ୍ମରୁ ପ୍ରେରଣା ପାଇଛନ୍ତି ସରକାର!

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂତନ ଭାବେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ଏଥିରେ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ଥିବା ଜୋରିମାନା ବ୍ୟବସ୍ଥାକୁ ବହୁ ଗୁଣା ବଢ଼ାଇ ଦିଆଯାଇଥିବା ବେଳେ କିଛି କ୍ଷେତ୍ରରେ ଜେଲ୍ ଦଣ୍ଡ ବ୍ୟବସ୍ଥା ବି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। କିଏ କହୁଛି ଏହା ଲୋକଙ୍କ ଉପରେ ସରକାରଙ୍କ ନିର୍ଯାତନା, କିଏ କହୁଛି ସରକାର ରାଜକୋଷ ଭରିବା ପାଇଁ ଏ ଉପାୟ ଅବଲମ୍ବନ କରିଛନ୍ତି ତ ଆଉ କେହି କେହି କହୁଛନ୍ତି ଜୋରିମାନା ବହୁତ ଅଧିକ ହୋଇଯାଇଛି। ସେହିଭଳି ଅନେକ ଲୋକ ସରକାରଙ୍କ ଏ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ତେବେ ସୋଶାଲ୍ ମିଡିଆରେ ଏ ନେଇ ଏକ ମଜାଳିଆ ପୋଷ୍ଟ୍ ଘୂରି ବୁଲୁଛି। ଏହି ପୋଷ୍ଟଟି ସାଉଥ୍ ଷ୍ଟାର୍ ମହେଶ ବାବୁଙ୍କ ଏକ ଫିଲ୍ମର ଏକ ସିନ୍‌, ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯେଉଁମାନେ ଏ ଭିଡିଓଟିକୁ ପୋଷ୍ଟ୍‌ କରିଛନ୍ତି, ସେମାନଙ୍କ କହିବା କଥା ହେଲା, ଏହି ଫିଲ୍ମରୁ ପ୍ରେରଣା ପାଇ ସରକାର ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ କରିଛନ୍ତି।

ମହେଶ ବାବୁଙ୍କ ଏ ଫିଲ୍ମଟି ହୁଏତ ଆପଣମାନେ ଦେଖିଥିବେ। ଫିଲ୍ମଟିର ନାଁ ‘ଭାରତ ଅନେ ନେନୁ’। ଏହାର ହିନ୍ଦୀ ଡବିଂ ମଧ୍ୟ ଅଛି। ଗତ ବର୍ଷ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମହେଶ ବାବୁ ଜଣେ ଆକ୍ସିଡେଣ୍ଟାଲ୍ ଚିଫ୍‌ ମିନିଷ୍ଟର୍ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ପ୍ରଥମେ ଏହି ପଦବୀରେ ବସିବା ପାଇଁ ଇଚ୍ଛା ପ୍ରକାଶ କରି ନଥିଲେ। ତେବେ ଦାୟିତ୍ୱ ନେବା ପରେ ସେ ଭାରି ସିରିୟସ୍ ହୋଇ କାମ କରିଛନ୍ତି। ସେ ରାଜ୍ୟରେ ନୂଆ ନୂଆ ଆଇନ୍ ଆରମ୍ଭ କରିଛନ୍ତି। ତା’ରି ଭିତରେ ସେ ଟ୍ରାଫିକ୍ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

ଏକ ସିନ୍‌ରେ ମହେଶ ବାବୁ ପୁଲିସ୍‌ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କଲା ବେଳେ ଟ୍ରାଫିକ୍ ନିୟମ ଭାଙ୍ଗୁ ଥିବା ଲୋକଙ୍କ ଉପରେ ଥିବା ଜୋରିମାନା ବ୍ୟବସ୍ଥାକୁ ବଢ଼ାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜଣେ ପୁଲିସ୍ ଅଧିକାରୀ ତାଙ୍କୁ କହିଛନ୍ତି ଯେ ଦୁଇ, ତିନି ଓ ଚାରି ଚକିଆ ଯାନ ପାଇଁ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଉଛି। ଏହା ଶୁଣି ସେ ଏହାକୁ ୧୦ ହଜାର କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଟ୍ରାଫିକ୍ ସିଗ୍‌ନାଲ୍ ନିୟମ ଭାଙ୍ଗୁ ଥିବା ଲୋକଙ୍କ ଉପରେ ଜୋରିମାନାକୁ ହଜାରେ ଟଙ୍କାରୁ ବଢ଼ାଇ ୨୦ ହଜାର ଟଙ୍କା କରି ଦେବାକୁ ସେ କହିଛନ୍ତି। ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍‌ରେ ଗପୁଥିବା ବ୍ୟକ୍ତିଙ୍କଠାରୁ ହଜାରେ ପରିବର୍ତ୍ତେ ୨୫ ହଜାର ଟଙ୍କା ଆଦାୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହି ଭିଡିଓ କ୍ଲିପ୍‌ଟିକୁ ଅନେକ ଲୋକ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ଏବଂ ଏଥିରେ ସରକାର ପ୍ରଭାବିତ ହୋଇଛନ୍ତି ବୋଲି ମଜା କରି କହିଛନ୍ତି।



from Odisha Reporter https://ift.tt/2ZT4NX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages