ପୁରୀ(ଓଡ଼ିଶା ରିପୋର୍ଟର): ପୁଲିସ୍ ବାବୁଙ୍କ ଦବଙ୍ଗ ଗିରି। ବିଚ୍ ରାସ୍ତା ଉପରେ ଜଣେ ସାଧୁଙ୍କୁ ତଣ୍ଟିଆ ମାରି ଥାନାକୁ ନେଇଗଲେ। ଏପରି ଘଟଣା ଘଟିଛି ପୁରୀ ସହରରେ। ସିଂହଦ୍ୱାର ସମ୍ମୁଖରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ସାଧୁଙ୍କୁ ଧକ୍କା ମାରୁଥିବାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣକ ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ସେ ପୁଲିସ୍ ବାବୁଙ୍କ ନଜରରେ ପଡ଼ି ଯାଇଥିଲେ। ପୁଲିସ୍ ବାବୁ ତାଙ୍କୁ ଭେଟିବାକୁ ବାରଣ କରିଥିଲେ। ମାତ୍ର ସାଧୁ ଜଣକ ମହନ୍ତଙ୍କୁ ଭେଟିବାକୁ ଜିଦ୍ କରିଥିଲେ। ଏତିକିରେ ପୁଲିସ ବାବୁଙ୍କ ରାଗ ପ୍ରଚଣ୍ଡ ହୋଇଯାଇଥିଲା। ସାଧୁଙ୍କୁ ଗଳା ଧକ୍କା ଦେଇ ବେକକୁ ଭିଡ଼ି ଧରି ଟାଣି ଟାଣି ନେଇଯାଇଥିଲେ। ପରେ ତାଙ୍କୁ ନେଇ ସିଂହଦ୍ୱାର ଫାଣ୍ଡିରେ ଅଟକ ରଖା ଯାଇଥିବା ଜଣାପଡ଼ିଛି ।
ବିନା କୌଣସି କାରଣରେ ସାଧୁଙ୍କ ସହ ଏପରି ବ୍ୟବହାରକୁ ନେଇ ଏବେ ବିଭିନ୍ନ ମହଳରୁ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି।
from Odisha Reporter https://ift.tt/2nGSAHr
No comments:
Post a Comment