ଥିରୁଅନନ୍ତପୁରମ୍ : ରାସ୍ତାରେ ଯିବା ସମୟରେ ସାମ୍ନାରେ କେହି ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିବେ ? ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି ଚାଳକଙ୍କୁ ଅଣଦେଖା କରିଦେବେ କିମ୍ୱା ତାଙ୍କୁ ଠିକ୍ ରାସ୍ତାରେ ଯିବା ପାଇଁ ପରାମର୍ଶ ଦେବେ। କିନ୍ତୁ କେରଳର ଜଣେ ମହିଳା ରଙ୍ଗ୍ ରୁଟ୍ରେ ଯାଉଥିବା ବସ୍ର ରାସ୍ତାକୁ ରୋକି ଦେଇଛନ୍ତି। ମହିଳା ଜଣଙ୍କର ଏହି ଦୁଃସାହାସିକ କାର୍ଯ୍ୟକୁ ସୋଶାଲ ମିଡିଆରେ ପ୍ରଶଂସା ମିଳିବା ସହିତ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖନ୍ତୁ ଗୋଟିଏ ବସ୍ ସାମ୍ନାରେ ଜଣେ ମହିଳା ସ୍କୁଟି ଧରି ଛିଡ଼ା ହୋଇଛନ୍ତି। ଏପରିକି ବସ୍କୁ ଆଗକୁ ଯିବାକୁ ଦେଉନାହାନ୍ତି। ବସ୍ରେ ବସିଥିବା ଡ୍ରାଇଭର ବାରମ୍ୱାର ତାଙ୍କୁ ଆଗରୁ ହଟିବା ପାଇଁ କହୁଛନ୍ତି। କିନ୍ତୁ ମହିଳା ଜଣକ ତାଙ୍କ ସ୍ଥାନରୁ ହଟୁ ନାହାନ୍ତି କି ରଙ୍ଗ୍ ସାଇଡ୍ରେ ଯାଉଥିବା ବସ୍କୁ ଆଗକୁ ଯିବାକୁ ଦେଉନାହାନ୍ତି। ଏହାପରେ ଡ୍ରାଇଭର୍ ଜଣକ ବସ୍କୁ ଠିକ୍ ରାସ୍ତାରେ ନେଉଛନ୍ତି। ବସ୍କୁ ଠିକ୍ ରାସ୍ତା ଦେଖାଇଥିବାରୁ ମହିଳାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।
When you are RIGHT it gives you a very different kind of MIGHT. See Joe a lady rider down South doesn't budge an inch to give in to an erring Bus Driver. Kudos to her. @TheBikerni @IndiaWima @UrvashiPatole @utterflea @anandmahindra @mishramugdha #GirlPower #BikerLife #BikerGirl pic.twitter.com/3RkkUr4XdG
— TheGhostRider31 (@TheGhostRider31) September 25, 2019
ଗଲ୍ପ ନ୍ୟୁଜ୍ର ରିପୋର୍ଟ ଅନୁସାରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ହେଉଛି କେରଳର। ମହିଳାଙ୍କ ଗାଡ଼ିରେ ଥିବା ନମ୍ୱର ପ୍ଲେଟ୍ ମଧ୍ୟ କେରଳର ବୋଲି ଜଣାପଡ଼ିଛି। ଟ୍ୱିଟରରେ ଭିଡିଓଟିକୁ ଅନେକ ପ୍ରତିକ୍ରିୟା ମିଳିବାରେ ଲାଗିଛି। ୟୁଜର୍ସ ମହିଳାଙ୍କର ଏହି କାର୍ଯ୍ୟକୁ ସାଲ୍ୟୁଟ୍ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୮୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ୬ ହଜାର ଲାଇକ୍ ଓ ୨ ହଜାର ରିଟ୍ୱିଟ୍ ମିଳିଛି। ଟ୍ୱିଟରରେ ୟୁଜର୍ସ ମହିଳାଙ୍କୁ ଜଣେ ସାହାସୀ ମହିଳାର ଆଖ୍ୟା ଦିଆଯାଇଛି।
from Odisha Reporter https://ift.tt/2n928eg
No comments:
Post a Comment