ଆବଶ୍ୟକ ସାମଗ୍ରୀ: ଅଟା, କ୍ଷୀର, ଚିନି, ଗୁଆଘିଅ, ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିନିରେ ଗୁଜୁରାତି ଗୁଣ୍ଡ ଓ ଲେମ୍ବୁରସ ମିଶାଇ ଶିରା ପ୍ରସ୍ତୁତ କରି ରଖନ୍ତୁ। ଏବେ କଡ଼େଇ ଗରମ କରି ଅଟାକୁ ହାଲକା ଭାଜି ଦିଅନ୍ତୁ। ପରେ ଏକ ପ୍ୟାନ୍ରେ କ୍ଷୀରକୁ ଫୁଟାଇ ସେଥିରେ ଗୁଜୁରାତି ଗୁଣ୍ଡ ଓ ଗୁଆଘିଅ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଭଜା ଅଟାକୁ ପକାଇ ଜନ୍ତି ଦିଅନ୍ତୁ। ଏବେ ଏହି ଅଟା ଜନ୍ତୁଣିକୁ ଗୋଲ ଗୋଲ ପିଠା ଆକାରର କରି ଗଢ଼ି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏହି ଅଟା ଗୁଳାଗୁଡ଼ିକୁ ଛାଣି ଦିଅନ୍ତୁ। ହାଲକା ଲାଲ୍ ହୋଇଆସିଲେ ଏଗୁଡ଼ିକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ଥିବା ଚିନି ଶିରାରେ ପକାଇ ଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘ଅଟା ରସା’।
from Odisha Reporter https://ift.tt/32SZfxw
No comments:
Post a Comment