ସାଧୁଙ୍କ ବିରୋଧ ଆଗରେ ଫେଲ୍‌ ମାରୁଛି ପ୍ରଶାସନ, ଆଜି ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

ସାଧୁଙ୍କ ବିରୋଧ ଆଗରେ ଫେଲ୍‌ ମାରୁଛି ପ୍ରଶାସନ, ଆଜି ଆଲୋଚନା

ପୁରୀ (ମଧୁସୂଦନ ମିଶ୍ର): ସମସ୍ତ ପ୍ରାକ୍‌ ପ୍ରସ୍ତୁତି ସତ୍ତ୍ୱେ ସାଧୁ ସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ଗତକାଲି ବଡ଼ ଆଖଡ଼ା ମଠ  ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା । ରାଜ୍ୟ ଓ ରାଜ୍ୟ ବାହାରରୁ ବହୁତ ସଂଖ୍ୟାରେ ସାଧୁ ଏକାଠି ହୋଇ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଏହି ପ୍ରସଙ୍ଗରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟିବ ୧୫ ଜଣିଆ କମିଟି ।

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗଢାଯାଇଛି । କମିଟିରେ ପୂର୍ବରୁ ଉଚ୍ଛେଦ ହୋଇ କ୍ଷତିପୂରଣ ପାଇନଥିବା ବ୍ୟକ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କର୍ମକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଗତକାଲି ଅନୁଷ୍ଠିତ ମହାସମାବେଶରେ ବିଭିନ୍ନ ମଠର ମହନ୍ତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦକୁ ବିରୋଧ କରି ଗତକାଲି ପୁରୀ ଟାଉନ ହଲରେ ହୋଇଥିବା ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଏପଟେ ସାଧୁସନ୍ଥଙ୍କ ସହ ଆଲୋଚନା ବିଫଳ ହେବା ପରେ ବଡ଼ ଆଖଡ଼ା ମଠରେ ସୁରକ୍ଷା ବଢ଼ିଛି । ପୁରା ମଠକୁ ଫୋର୍ସ କର୍ଡନ କରି ରଖିଛି । ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଯନ୍ତ୍ରାଂଶକୁ ଆଣି ରଖାଯାଇଛି ।

ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ମହନ୍ତ ଓ ସାଧୁସନ୍ଥ। ଆନ୍ଦୋଳନକାରୀ ସାଧୁ ସନ୍ଥଙ୍କ ଅଭିଯୋଗ ଆଣିଛନ୍ତି ଯେ , ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ଏବଂ ବିପଦସକୁଳ ବୋଲି ଦସ୍ତାବିଜ୍‌ରେ ଦସ୍ତଖତ କରିବାକୁ ପ୍ରଶାସନ ଚାପ ପକାଉଛି ।

ମଠ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ ବି କେଉଁ ଆଧାରରେ ଅସୁରକ୍ଷିତ ଦର୍ଶାଇ ଭାଙ୍ଗିବାକୁ ଯାଉଛି ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ସାଧୁସନ୍ଥ।  ଯଦି ମଠ ବିପଦସଙ୍କୁଳ ଥିଲା ତେବେ ଏହାରି ପରିସରରେ ବର୍ଷ ବର୍ଷ ଧରି ସିଂହଦ୍ୱାର ଥାନା କିପରି ଚାଲିଥିଲା  ? ତେଣୁ କୌଣସି ପରିସ୍ଥିତିରେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି କହି ଉଚ୍ଛେଦକୁ ବିରୋଧ କରିଛନ୍ତି ସାଧୁସନ୍ଥ ।

ପ୍ରଶାସନ କଥାରେ ସ୍ପଷ୍ଟତା ନଥିବା କହି ମଠ ମହନ୍ତ ଶ୍ରୀ ହରିନାରାୟଣ ଦାସ ମଧ୍ୟ ଅସହମତି ପ୍ରକାଶ କରିଥିଲେ । ସାଧୁସନ୍ଥ ମେଳି କରି ଉଚ୍ଛେଦକୁ ତୀବ୍ର ବିରୋଧ କରୁଥିବାରୁ ବଡ଼ ଆଖଡ଼ା ମଠ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛି ପ୍ରଶାସନ।



from Odisha Reporter https://ift.tt/2PEJAjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages