ତୁଟୁନି ବିବାଦ, ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 3, 2019

ତୁଟୁନି ବିବାଦ, ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଲାଇଥିବା ଦର୍ଶାଇ ଆରମ୍ଭ ହୋଇଛି ବିବାଦ। ଏଥିଯୋଗୁ ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗ ପ୍ରଭୁଙ୍କ ସେବାରୁ ନିବୃତ ରହିଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହୋଇପାରିନି ନୀତିକାନ୍ତି।

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଲାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଛି। ବିବାଦୀୟ ଜମିକୁ ନିଯୋଗ ନିଜର ବୋଲି ଦାବି କରିଛି । ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛି। ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ପାଲଟା ଅଭିଯୋଗ ହୋଇଛି।

ଅପରପକ୍ଷେ ବଡ଼ୁ ନିଯୋଗର ନିର୍ମାଣକୁ ବେଆଇନ ଦର୍ଶାଇଛି ମନ୍ଦିର ପ୍ରଶାସନ। ଜମି ଲିଙ୍ଗରାଜ ମହାପ୍ରଭୁଙ୍କର । ଏହାକୁ ସୁରକ୍ଷା ଦେବା ପାଇଁ କେବଳ ସେବାୟତ ଦାୟିତ୍ୱରେ ଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।

୨ ଦି ହେଲା ପ୍ରଭୁ ଉପାସରେ ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।



from Odisha Reporter https://ift.tt/2ZA1WXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages