ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଯଶୋଦାବେନଙ୍କୁ ମମତା ବାନାର୍ଜୀ ଏକ ଶାଢ଼ୀ ଉପହାର ଦେଇଥିଲେ।

ଯଶୋଦାବେନ ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ଝାଡ଼ଖଣ୍ଡର ଧାନବାଦରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁଜରାଟ ଫେରୁଥିବା ବେଳେ କୋଲକାତାର ଆସାନଶୋଲରେ ଥିବା କଲ୍ୟାଣେଶ୍ୱେରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଯଶୋଦାବେନ। ଏହାପରେ ଗୁଜରାଟ ଯିବା ପାଇଁ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ସେହି ସମୟରେ ମମତା ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯିବାକୁ କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ମମତା ବାନାର୍ଜୀଙ୍କ ସହିତ ଯଶୋଦାବେନଙ୍କର ଭେଟ ହୋଇଥିଲା।

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ  ଆଜି ପ୍ରଥମ ଥର ପାଇଁ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି। ନିର୍ବାଚନ ବେଳେ ମୋଦି ଓ ମମତା ପରସ୍ପରକୁ ସମାଲୋଚନା କରୁଥିଲେ। ଏମିତିକି ମୋଦିଙ୍କ ଶପଥ ସମାରୋହ ପର୍ବକୁ ମଧ୍ୟ ମମତା ଆସିନଥିଲେ। ନିକଟରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂଶୋଧିତ ମୋଟର ଯାନ ଆଇନକୁ ମମତା ସମାଲୋଚନା କରିଥିଲେ। ଏମିତିକି ପଶ୍ଚିମ ବଙ୍ଗରେ ଏହି ନୂଆ ଆଇନକୁ ଲାଗୁ କରିନଥିଲେ।

ମୋଦିଙ୍କ ସହ ଏହି ଭେଟଘାଟ ସମୟରେ ମମତା ପଶ୍ଚିମବଙ୍ଗର ପ୍ରସଙ୍ଗ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ବାବଦରେ ଆଲୋଚନା କରିବେ।

ଗତକାଲି ମୋଦିଙ୍କ ୬୯ତମ ଜନ୍ମଦିନ ଅବସରରେ ମମତା ବାନାର୍ଜୀ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।



from Odisha Reporter https://ift.tt/32N90NF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages