ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଖାଦେଇଥିବା ସ୍ଥିତିକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଜାତୀୟ ସୁରକ୍ଷାକୁ ନଜରରେ ରଖି ତୁରନ୍ତ ଜମ୍ମୁ କଶ୍ମୀରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଲୋକମାନେ ନିଜ ସମସ୍ୟାକୁ ନେଇ ଜମ୍ମୁ କଶ୍ମୀର ହାଇକୋର୍ଟକୁ ଯାଇ ପାରୁ ନାହାନ୍ତି। ଏପରି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସେ ବାଧ୍ୟ ହୋଇ ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ସିଧାସିଧା କେନ୍ଦ୍ରକୁ କହିଛନ୍ତି।
ତୁରନ୍ତ ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ କି କି ବ୍ୟବସ୍ଥା କେନ୍ଦ୍ର ଓ ଜମ୍ମୁ ପ୍ରଶାସନ ଗ୍ରହଣ କରିଛି ସେ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜବାବରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ଏଯାଏ ୮୮ ପ୍ରତିଶତ ପୁଲି୍ସ ଷ୍ଟେସନ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି। ସମସ୍ତ ଟିଭି ଚ୍ୟାନେଲ୍, ଏଫ୍ଏମ୍ ରେଡିଓ ଆଦିକୁ ଯିବା ପାଇଁ ଅନୁମତି ଦିଆଯାଇଛି। କୌଣସି ସ୍ଥାନରେ ଗୁଳି ଫୁଟି ନାହିଁ। କିନ୍ତୁ କିଛି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଆଟର୍ଣ୍ଣି ଜେନେରାଲ ଏହି ଅବସରରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ଯାଇ କହିଛନ୍ତି ବୁରହାନ ଓ୍ୱାନିର ମୃତ୍ୟୁ ୨୦୧୬ରେ ହୋଇଥିଲା। ଏହି ସମୟରେ ୩ ମାସ ପାଇଁ ଜମ୍ମୁ କଶ୍ମୀରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ତେଣୁ ଜମ୍ମୁ କଶ୍ନୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ଉପରେ କଟକଣା ଲଗିବା କିଛି ନୂଆ କଥା ନୁହେଁ।
ଧାରା ୩୭୦ ଉଚ୍ଛେଦ ପରେ ଅନେକ ଆତଙ୍କବାଦୀ କଶ୍ମୀରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଏହି ଅପ୍ରୀତିକର ପରିସ୍ଥିତି ପଛରେ ପାକିସ୍ତାନ ହାଇ କମିଶନ ଏବଂ କଶ୍ନୀରି ବ୍ୟବସାୟୀ ଜହୋର ଓ୍ୱାଟଲି ରହିଛନ୍ତି ବୋଲି ଏଜି କହିଛନ୍ତି। ସେହିପରି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ନୁହେଁ ବରଂ ପବ୍ଲିକ୍ ସେଫଟି ଆକ୍ଟରେ ଅଟକ ରଖାଯାଇଛି ବୋଲି କେନ୍ଦ୍ର କହିଛି।
ଏଥିସହ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗର, ଅନନ୍ତନାଗ୍, ବରମୁଲ୍ଲା ଏବଂ ଜମ୍ମୁ ପରିଦର୍ଶନ କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୁଲାମ୍ ନବୀ ଆଜାଦ୍ କୌଣସି ରାଲି କିମ୍ୱା ରାଜନୀତିକ ଉଦ୍ଦେଶ୍ୟ ରଖି କାମ କରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏଗି ଗସ୍ତ ସମୟରେ ଆଜାଦ୍ ପର୍ଯ୍ୟଟନ ସ୍ଥଳୀ ଓ ଫଳ ଉତ୍ପାଦନ ବାବଦର ସ୍ଥିତି ବାବଦରେ ସମୀକ୍ଷା କରିବା ସହିତ ଲୋକଙ୍କ ସହିତ କଥା ହୋଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
from Odisha Reporter https://ift.tt/2ZZIEeo
No comments:
Post a Comment