ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମର ରିମେକ୍ କରିବେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମର ରିମେକ୍ କରିବେ ସଲ୍‌ମାନ୍‌

ମୁମ୍ବାଇ: ଚଳିତ ବର୍ଷ ଜୁନ୍ ମାସରେ ବଲିଉଡ୍‌ର ଅନ୍ୟତମ ସୁପର୍‌ଷ୍ଟାର୍ ସଲ୍‌ମାନ୍ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ରିଲିଜ୍ ହୋଇଥିଲା। ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏହି ଫିଲ୍ମଟି ଥିଲା ଦକ୍ଷିଣ କୋରିଆର ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର୍‌’ର ରିମେକ୍‌। ‘ଭାରତ’ର ସଫଳତା ପରେ ସଲ୍‌ମାନ୍ ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମକୁ ରିମେକ୍ କରିବା ପାଇଁ ଚାହୁଁଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମ ରିମେକ୍‌ କରିବାକୁ ସଲ୍‌ମାନ୍ ନିଷ୍ପତ୍ତି ନେବା ସହିତ ଏ ଦିଗରେ ଆଗେଇ ସାରିଲେଣି। ଏ ଫିଲ୍ମ ପାଇଁ ସେ ପ୍ରଭୁ ଦେବାଙ୍କ ସହ ହାତ ମିଳାଇଛନ୍ତି। ଫିଲ୍ମର ନାଁ ମଧ୍ୟ ସ୍ଥିର ହୋଇ ସାରିଲାଣି। ସେ ଫିଲ୍ମଟିର ନାଁ ‘ରାଧେ’ ରଖିବା ପାଇଁ ଭାବିଚନ୍ତି। ‘ୱାଣ୍ଟେଡ୍’ ଫିଲ୍ମରେ ସଲ୍‌ମାନ୍ ‘ରାଧେ’ ନାମକ ଚରିତ୍ରରେ ଅଭିନୟ କରିଥିଲେ।

ଏହା ବି ସୂଚନା ଆସିଛି ଯେ, ଏହି ଫିଲ୍ମରେ ସଲ୍‌ମାନ୍ ଜଣେ ପୁଲିସ୍‌ ଅଫିସର୍‌ ଅବା ଗୁପ୍ତଚର ଭୂମିକାରେ ଅଭିନୟ କରିବେ।

ଦକ୍ଷିଣ କୋରିଆର କେଉଁ ଫିଲ୍ମଟିକୁ ସେ ରିମେକ୍ କରିବେ, ତାହା ଅବଶ୍ୟ ଜଣାପଡ଼ିନି। କିନ୍ତୁ ଏ ଫିଲ୍ମର ରାଇଟ୍‌ସ ଅତୁଲ ଅଗ୍ନିହୋତ୍ରୀଙ୍କ ପାଖରେ ରହିଛନ୍ତି। ସଲ୍‌ମାନ୍‌ ତାଙ୍କଠାରୁ ସେ ଅଧିକାର ଆଣି ଫିଲ୍ମଟି ତିଆରି କରିବେ ବୋଲି କୁହାଯାଉଛି।

ସଲ୍‌ମାନ୍ ଏବେ ପ୍ରଭୁ ଦେବାଙ୍କ ସହ ‘ଦବଙ୍ଗ ୩’ରେ କାମ କରୁଛନ୍ତି। ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ରିଲିଜ୍ ହେବ।



from Odisha Reporter https://ift.tt/2LvKyL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages