ଉଦଳା(ମାନସ ପାଣି): ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଥିବା ପୁଲିସ୍ ଏଏସ୍ଆଇ ଶୁଭେନ୍ଦୁ ବେହେରା ଚାକିରିରୁ ନିଲମ୍ୱିତ ହୋଇଛନ୍ତି। ମୟୂରଭଞ୍ଜ ଏସ୍ପି ତାଙ୍କୁ ନିଲମ୍ୱନ କରିଛନ୍ତି।
ଗତକାଲି ରାତିରେ ଏଏସ୍ଆଇ ଶୁଭେନ୍ଦୁ ନିଶାଶକ୍ତ ଅବସ୍ଥାରେ କାର୍ ଚଲାଇ ଉଦଳା-କପ୍ତିପଦା ରାସ୍ତାରେ ଯାଉଥିଲେ। ପ୍ରଥମେ ସେ ଏସାର ପେଟ୍ରୋଲ୍ ପମ୍ପ ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲେ। ସେମାନେ ହେଲେ ପ୍ରଭଞ୍ଜନ ପରିଡା ଏବଂ ସତ୍ୟଜିତ ନାଏକ। ଏହାପରେ ସେ ସେଠାରୁ ଖସି ଚାଲିଯିବାକୁ ଉଦ୍ୟମ କରିଥିଲେ।
ସେଠାରୁ ସେ ଖସି ପଳାଉଥିବା ବେଳେ କୃଷକ ବଜାର ଛକ ନିକଟରେ ପୁନଶ୍ଚ ଏକ ଖୁଣ୍ଟରେ ବାଡେଇ ହୋଇଥିଲେ। ସେଠାରେ ସ୍ଥାନୀୟ ଯୁବକମାନେ ତାଙ୍କୁ କାବୁ କରିବା ସହ ଠେଲାପେଲା କରିଥିଲେ। ଦୀର୍ଘ ସମୟ ଧରି ଏଏସଆଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ହଟହଟା ହୋଇଥିଲେ।
ଖବର ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏଏସ୍ଆଇଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଅନ୍ୟପକ୍ଷରେ ଯୁବକଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଏସ୍ଆଇ ଶୁଭେନ୍ଦୁ ବେହେରା ବାରିପଦା ହେଡ୍ କ୍ୱାର୍ଟର୍ସରେ କାର୍ଯ୍ୟରତ ଥିଲେ।
from Odisha Reporter https://ift.tt/2Og45Ry
No comments:
Post a Comment