ଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଅଭିଯୋଗରେ ୧୧ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 5, 2019

ଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଅଭିଯୋଗରେ ୧୧ ଗିରଫ

ବାଲିଗୁଡ଼ା(ଅଜିତ ନାୟକ): ଏକ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା  ଅଭିଯୋଗରେ  କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଛି। ତା’ ସହିତ ପୁଲିସ୍ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶିବାନୀ ପ୍ରଧାନ।

ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ଶିବାନୀ ପ୍ରଧାନ ତାଙ୍କୁ ଦୁଷ୍କର୍ମ କରିଥିଲା। ଝିଅଟିର ପରିବାର ଲୋକେ ଏ ନେଇ ଗାଁ କମିଟି ନିକଟରେ ଅଭିଯୋଗ କରିଥିଲେ। ଗାଁ କମିଟିର ସଦସ୍ୟମାନେ ଘଟଣା ସମ୍ପର୍କରେ ପୁଲିସ୍‌କୁ ନକହିବା ପାଇଁ ସେମାନଙ୍କୁ କହିଥିଲେ। ତା’ସହିତ ଏ ମାମଲାର ସମାଧାନ ଗାଁରେ ହୋଇଯିବ ବୋଲି କହିଥିଲେ। ଏହା ପରେ ଦୁଇ ତାରିଖ ଦିନ ଗାଁରେ ଖାପ୍‌ ପଞ୍ଚାୟତ୍ ବସିଥିଲା। ସେଠାରେ ଅଭିଯୁକ୍ତ ନିଜ ଦୋଷ ମାନି ଥିଲା। ଦଣ୍ଡ ବିଧାନ ସ୍ୱରୂପ ତାକୁ ୫୦ ହଜାର ଟଙ୍କା ଦେବା ଲାଗି କୁହାଯାଇଥିଲା। ଏହି ଟଙ୍କା ତୁରନ୍ତ ଉକ୍ତ ଝିଅର ପରିବାରକୁ ଦେବାକୁ କୁହାଯାଇଥିଲା। ହେଲେ ଅଭିଯୁକ୍ତ ଦୁଇ ଦିନ ପରେ ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ଅଭିଯୁକ୍ତର ବାପା କହିଥିଲେ ଯେ ସେମାନେ ଏତେ ଟଙ୍କା ଦେଇ ପାରିବେନି। ଏହା ପରେ ଗାଁ କମିଟି ଝିଅଟିର ପରିବାରକୁ ଥାନାର ଦ୍ୱାରସ୍ଥ ହେବାକୁ କହିଥିଲେ। ଏହା ପରେ ସେମାନେ ୪ ତାରିଖ ସନ୍ଧ୍ୟା ସାଢ଼େ ସାତଟାରେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍ ପୂରା ଘଟଣା ଜାଣିବା ପରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହିତ ଏ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଆଉ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ସହିତ ଝିଅଟିର ଡାକ୍ତରୀମାଇନା କରାଯାଇଛି।

ଜଣେ ନାବାଳିକା ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ନ କରି ଗାଁ ଲୋକେ ଯେଉଁ ଭଳି କାର୍ଯ୍ୟ କରିଛନ୍ତି, ତାହା ସବୁଠୁ ଲଜ୍ଜାକର ଘଟଣା ବୋଲି ପୁଲିସ୍‌ କହିଛି।

 



from Odisha Reporter https://ift.tt/3106Eur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages