ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି ଓ ଚାରିଆଡ଼େ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ହେଲେ ସଲମାନଙ୍କ ଶୁଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସଲମାନ ବର୍ଷାରେ ଫିଲ୍ମ ସେଟ୍କୁ ଯିବା ପାଇଁ ଏକ ସହଜ ଉପାୟ ବାହାର କରିଛନ୍ତି।
Mumbai city in d rains . . Off to the location to shoot for #dabangg3 pic.twitter.com/sVY9Sa3Zdq
— Salman Khan (@BeingSalmanKhan) September 6, 2019
ବର୍ଷାରେ ଶୁଟିଂ ପାଇଁ ସଲମାନ ନିଜ ସାଇକେଲ୍ରେ ‘ଦବଙ୍ଗ-୩’ର ସେଟ୍ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଏ ନେଇ ସେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସଲମାନ କଳା ରଙ୍ଗର ଜ୍ୟାକେଟ, ସର୍ଟ୍ସ ଓ ସ୍ପୋର୍ଟ୍ସ ସୁଜ୍ ପିନ୍ଧି, ବର୍ଷାରେ ଭିଜି ଭିଜି ସାଇକେଲ ଚଲାଉଥିବା ଦେଖାଯାଉଛି। ଆଉ ରାସ୍ତାରେ ଚାଙ୍କ ଫ୍ୟାନ୍ମାନେ ତାଙ୍କୁ ଦେଖି ବେଶ୍ ଖୁସି ହୋଇ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି। ଏହା ପୂର୍ବରୁ ସେ ଜୟପୁରରେ ମଧ୍ୟ ଲଗାଣ ବର୍ଷାରେ ସୁଟିଂ ଜାରି ରଖିଥିଲେ। ସଲମାନ୍ ଜଣେ ଭଲ ଅଭିନେତା ହେବା ସହ ଜଣେ ଖୋଲାମନର ବ୍ୟକ୍ତି। ପୂର୍ବରୁ ତାଙ୍କୁ ଅନେକଥର ମୁମ୍ବାଇର ରାସ୍ତାରେ ସାଇକେଲ ଚଲାଇବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଫିଲ୍ମ ‘ଦବଙ୍ଗ-୩’ ଦବଙ୍ଗ ସିରିଜ୍ର ତୃତୀୟ ସଂସ୍କରଣ। ଏଥିରେ ସଲମାନଙ୍କୁ ନିଜ ଭୂମିକା ଚୁଲ୍ବୁଲ୍ ପାଣ୍ଡେର ଉଭୟ ଯୌବନ ଓ ବୃଦ୍ଧାବସ୍ଥାରେ ଦେଖିବାକୁ ମିଳିବ।
from Odisha Reporter https://ift.tt/2HTK8f8
No comments:
Post a Comment