ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 6, 2019

ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ବସ୍‌

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): କଲେଜ ଯିବାକୁ ବସ୍‌ ଅପେକ୍ଷାରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବସ୍‌। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର କେରମେଲାବାହାଲ ଛକରେ ଆଜି ସକାଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ଧବଳେଶ୍ୱର ସାହା (୩୫)। ତାଙ୍କ ଘର ଖଣ୍ଡିଝରଣ ଗାଁରେ। ସେ ମାଣ୍ଡୋସିଲ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ  ଧବଳେଶ୍ୱର ବସ୍‌  ଅପେକ୍ଷାରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା  ‘ଗୌରବ’ ନାମକ ବସ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ବସ୍‌ ସହ ଡ୍ରାଇଭର ପାଇକମାଲ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।  ଏଥିଯୋଗୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।



from Odisha Reporter https://ift.tt/31cEMDH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages