କଥା ନମାନିବାରୁ ରାଗିଗଲେ ସାର୍‌, ହାତୁଡ଼ିରେ ପିଟି ଚୁନା କରିଦେଲେ ୧୬ ମୋବାଇଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 15, 2019

କଥା ନମାନିବାରୁ ରାଗିଗଲେ ସାର୍‌, ହାତୁଡ଼ିରେ ପିଟି ଚୁନା କରିଦେଲେ ୧୬ ମୋବାଇଲ

ବେଙ୍ଗାଲୁରୁ: କ୍ଲାସ୍‌ ରୁମରେ ପିଲାମାନେ ମୋବାଇଲ ବ୍ୟବହାର କରୁଥିବାରୁ ପ୍ରିନ୍ସିପାଲ ୧୬ ଜଣ ଛାତ୍ରଙ୍କର ମୋବାଇଲକୁ ହାତୁଡ଼ିରେ ପିଟି ଚୁନା କରି ଦେଇଛନ୍ତି। କର୍ଣ୍ଣାଟକର ‘ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ’ରେ ଏପରି ଘଟଣା ଘଟିଛି। ପ୍ରିନ୍ସିପାଲ ମୋବାଇଲ ଭାଙ୍ଗୁଥିବାର କିଛି ଫଟୋ ଓ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ସୂଚନା ଅନୁସାରେ କର୍ଣ୍ଣାଟକର ଏହି କଲେଜରେ କ୍ଲାସ୍‌ ରୁମରେ ମୋବାଇଲ୍‌ ବ୍ୟବହାର ନେଇ ବ୍ୟାନ ଲଗାଯାଇଥିଲା। କିନ୍ତୁ ଛାତ୍ରମାନେ ବାରମ୍ୱାର ମୋବାଇଲ ବ୍ୟବହାର କରୁଥିବା କଲେଜ ଅଧିକାରୀ ଜାଣିବାକୁ ପାଇଥିଲେ। ତେବେ ଏ ନେଇ ଛାତ୍ରମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା।  ମୋବାଇଲ ବ୍ୟବହାର କଲେ ସେହି ସ୍ଥାନରେ ଭାଙ୍ଗି ଦିଆଯିବ ବୋଲି କୁହାଯାଇଥିଲା।

ତେବେ କଲେଜ ପ୍ରିନ୍ସିପାଲ କ୍ଲାସ ରୁମକୁ ଗୁରୁବାର ଅଚାନକ ଗସ୍ତ କରିଥିଲେ ଏବଂ ପଢ଼ା ଚାଲୁଥିବା ସମୟରେ କେତେକ ପିଲା ମୋବାଇଲ ବ୍ୟବହାର କରୁଥିବା  ଦେଖିବାକୁ ପାଇଥିଲେ। ଏହା ଦେଖି ପ୍ରିନ୍ସିପାଲ ରାଗି ଯାଇଥିଲେ ଓ ଫୋନ୍‌ ଛଡ଼ାଇ ଆଣି ସେ ଗୁଡ଼ିକୁ  ହାତୁଡ଼ିରେ ପିଟି ଚୁନା କରିଦେଇଥିଲେ।

ଏହି ଘଟଣାକୁ ନେଇ କର୍ଣ୍ଣାଟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଜେନେରାଲ ସେକ୍ରେଟାରୀ ଡି ଶଶି କୁମାର କହିଛନ୍ତି, ‘ସ୍କୁଲ ସହିତ କଲେଜରେ ମଧ୍ୟ ଏହିପରି ସ୍ଥିତି ଅଣାୟତ୍ତ ହେଉଛି, ତେଣୁ ପିଲାଙ୍କୁ ଏହିପରି ଦଣ୍ଡ ଦେବାର ଆବଶ୍ୟକତା ରହିଛି।’ ସେ ଆହୁରି ମଧ୍ୟ କହିଛନ୍ତି, ‘ପିଲାମାନେ ସ୍କୁଲ, କଲେଜକୁ ମୋବାଇଲ ନେଇ ଆସୁଛନ୍ତି । ଏହା ଜାଣିବା ପରେ ମଧ୍ୟ ସେମାନଙ୍କ ଅଭିଭାବକ ଚିନ୍ତାପ୍ରକଟ କରୁନାହାନ୍ତି।’

 



from Odisha Reporter https://ift.tt/30ftTzC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages